କନ୍ଧମାଳ: ମାଓବାଦୀଙ୍କୁ ଧରିବାକୁ ମାଓ ପ୍ରବଣ କନ୍ଧମାଳ ଜିଲ୍ଲାର କୋଟଗଡ଼ ଓ ବାଲିଗୁଡାରେ ପୋଷ୍ଟର ଲଗାଇଲା ପୋଲିସ । ୧୮ ଜଣ ଟପ୍ ମାଓନେତାଙ୍କ ନାଁରେ ପୋଷ୍ଟର ଲଗାଯାଇଛି । ସେମାନଙ୍କ ନାଁରେ ୮ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ସୂଚନା ରହିଛି ।
ପୋଷ୍ଟରରେ ଦୁଇଟି ଯୋଗାଯୋଗ ନମ୍ବର ଦିଆଯାଇଥିବା ବେଳେ ସୂଚନା ପ୍ରଦାନକାରୀଙ୍କ ନାମ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ଉଲ୍ଲେଖ ରହିଛି ।
ପୋଲିସ ପକ୍ଷରୁ ଲଗାଯାଇଥିବା ଏହି ତାଲିକାରେ ଟପ୍ ମାଓ ନେତା କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଷ ମୁଣ୍ଡରେ ସର୍ବାଧିକ ୨ କୋଟି ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି । ସେହିପରି ସ୍ୱତନ୍ତ୍ର ଜୋନାଲ କମିଟି ସଦସ୍ୟ ଶୁକ୍ରୁ, ସୁଦର୍ଶନ, ନିଖିଲ, ଅଙ୍କିତା ଓ ନୀତାଙ୍କ ମୁଣ୍ଡରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରହିଛି । ପ୍ଲାଟୁନ୍ କମାଣ୍ଡର ଶୀଲା, ରେଣୁଙ୍କ ନାମରେ ୩୨ ଲକ୍ଷ ୫୦ ହଜାର ରହିଥିବା ବେଳେ ଡିଭିଜିନାଲ କମିଟି ସଦସ୍ୟ ମମତା, ନକୁଳ, ଅନୁପା ଆକାଶ, ବିକାଶ ଅଞ୍ଜୁ, ଓଟି ବଳଦେବ, ମଙ୍ଗେସ୍, ବାବୁ, ମନୋଜଙ୍କ ନାଁରେ ୩୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଛି ।
କନ୍ଧମାଳ ଜିଲ୍ଲାର ମାଓ ପ୍ରବଣ କୋଟଗଡ଼, ତୁମୁଡ଼ିବନ୍ଧ ଥାନା ପାରିଗଡ, ସୁବର୍ଣ୍ଣଗିରୀ, ଶ୍ରୀରାମପୁର, ସିର୍ଲ୍ଲା, ବଣ୍ଡା ପିପିଲି, ଦୁର୍ଗା ପାଙ୍ଗା ଓ ବାଲିଗୁଡା ବ୍ଲକ ର ବାରଖମା, ସୁଡ୍ରl, ଗଟାଙ୍ଗି, କମ୍ବାରକିଆ, ମେଲସିକିଆ, ଡାକା, ପୋଖରୀବନ୍ଧ ଆଦି ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ ଓଡିଶା ପୋଲିସ ନାମରେ ଏହି ପୋଷ୍ଟରକୁ ଲଗାଯାଇଛି ।
<iframe width=”560″ height=”315″ src=”https://www.youtube.com/embed/8kfXDli733s?si=oL8OlQu5Bq4yWTBm” title=”YouTube video player” frameborder=”0″ allow=”accelerometer; autoplay; clipboard-write; encrypted-media; gyroscope; picture-in-picture; web-share” referrerpolicy=”strict-origin-when-cross-origin” allowfullscreen></iframe>