ଭୁବନେଶ୍ବର: ହାସ୍ୟ ଅଭିନେତା ଗୁଲୁଆଙ୍କୁ ମିଳିଛି ହତ୍ୟା ଧମକ । ଥରେ ନୁହେଁ ଦୁଇଥର ନୁହେଁ ତିନିଥର ତାଙ୍କୁ ଧମକ ମିଳିଥିବା ସେ କହିଛନ୍ତି । କୋଟିଏ ଟଙ୍କା ଦିଅ ନହେଲେ ସୋସିଆଲ ମିଡିଆରେ ବଦନାମ କରିଦେବୁ । କୋଟିଏ ଟଙ୍କାରୁ ୫୦ ଲକ୍ଷକୁ ଖସିଛନ୍ତି ଦଲାଲ । ଏପରିକି ତୁମ ନାଁରେ ମିଛ କେସ କରି ସାରା ଜୀବନ ଜେଲରେ ପୁରାଇଦେବୁ ବୋଲି ଧମକ ମିଳିଛି । କମେଡିଆନ ଗୁଲୁଆ ନିଜେ ତାଙ୍କ ଆକାଉଣ୍ଟରେ ଏଭଳି ଏକ ପୋଷ୍ଟ କରିଛନ୍ତି ସେଥିରେ ସେ ସବୁକଥା ସ୍ପଷ୍ଟଭାବେ କହିଛନ୍ତି । ଏହି ଧମ ମିଳିବା ପରେ ସେ ବାଲିଅନ୍ତା ଥାନା ସହ ଯୋଗାଯୋଗ କରିଥିଲେ । ହେଲେ ଧମକ ଦେଉଥିବା ଲୋକଙ୍କ ଯୋଗାଯୋଗ ସେଠାରେ ଥିବାରୁ ସେ ଭୟ କରିଥିବା କହିଛନ୍ତି । ଭୟରେ ସେ ଥିବାରୁ ରାଜଧାନୀ ଛାଡିଥିବା ସ୍ପଷ୍ଟ କରିଛନ୍ତି । ଏପରିକି ଯଦି ତାଙ୍କର କିଛି ହୁଏ ସେ ସେହିମାନଙ୍କୁ ଦାୟୀ କରିଛନ୍ତି । ଆଉ ଏକ ଭିଡିଓ ମଧ୍ୟ ସେ କରିଛନ୍ତି । ଆଉ ଖୁବଶୀଘ୍ର ସେମାନଙ୍କ ନାଁ ସେ କହିବେ ବୋଲି କହିଛନ୍ତି । ତେବେ ଗୁଲୁଆଙ୍କ ପାଇଁ କିଏ ଏମିତି କରିଛି ସେ ବାବଦରେ ଜଣାପଡିନି ।