ମେଲବୋର୍ଣ୍ଣ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ଆଶେସ ସିରିଜର ୪ର୍ଥ ଟେଷ୍ଟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଛି । ଗୋଟିଏ ଦିନରେ ୨୦ ୱିକେଟର ପତନ ଘଟିଛି । ଇଂଲଣ୍ଡ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୫୨ ରନରେ ଅଲଆଉଟ ହୋଇ ଯାଇଥିଲା । ମାଇକେଲ ନେସର ସର୍ବାଧିକ ୩୫ ରନ କରିଥିଲେ । ଜୋଶ ଟଙ୍ଗ ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ଗସ ଆଟିକସନ ୨ଟି ୱିକେଟ ହାସଲ କରିଥିଲେ ।
ଜବାବରେ ଇଂଲଣ୍ଡ ମଧ୍ୟ ଅଷ୍ଟ୍ରେଲୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୧୧୦ ରନ କରି ଅଲଆଉଟ ହୋଇ ଯାଇଥିଲା । ହ୍ୟାରୀ ବ୍ରୁକ ୪୧ ଓ ଗସ ଆଟିକସନ ୨୮ ରନ କରିଥିଲେ । ମାଇକେଲ ନେସର ୪ଟି ଓ ସ୍କଟ ବୋଲାଣ୍ଡ ୩ଟି ୱିକେଟ ଅକ୍ତିଆର କରିଥିଲେ । ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନ ହରାଇ ୪ ରନ କରିଛି । ୫ ମ୍ୟାଚ ବିଶିଷ୍ଟ ଏହି ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମ ୩ଟି ଟେଷ୍ଟ ଜିତି ଆଗୁଆ ସିରିଜ ଜିତିନେଇଛି ।