Latest Odisha News

BREAKING NEWS

ଏବେ ଆମେ ବିଜୁ ବାବୁ ଫର୍ମୁଲା ଆପଣେଇବୁ, ଦୁଇ ମୁଣ୍ଡିଆଙ୍କୁ ଛାଡିବୁ ନାହିଁ: ମୁନା ଖାଁ

ଭୁବନେଶ୍ୱର: ଦୁଇ ମୁଣ୍ଡିଆମାନଙ୍କୁ ଆମେ ଛାଡ଼ିବୁ ନାହିଁ । ଦୁଇ ମୁଣ୍ଡିଆ ଦୁଇ ପଟେ ଚାଲାକି ଦେଖାଇଲେ ଆଉ ଚଳିବ ନାହିଁ । କାହା ଅଣ୍ଡରରେ ରହିବା ନାହିଁ, ନବୀନଙ୍କ ଅଣ୍ଡରରେ ରହି କାମ କରିବାକୁ ବିଜେଡିର ପ୍ରତିଷ୍ଠା ଦିବସରେ ଆହ୍ବାନ ଦେଇଛନ୍ତି ସାଂସଦ ମୁନା ଖାଁ ।

ମୁନ୍ନା ଖାଁ ଆହୁରି କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ ଚାଲୁଥିଲୁ। ନବୀନ ବାବୁ ଆସିବା ପରେ ଟିକେ ପରିବର୍ତ୍ତନ କଲେ । ବିଜୁ ବାବୁ କହୁଥିଲେ ଯେଉଁ ଅଫିସର କାମ କରୁନି ତାଙ୍କୁ ଚାପୁଡ଼ା ମାର । କିନ୍ତୁ ଆମ ନେତା ନବୀନ ଆମକୁ ଶାନ୍ତି ଶୃଙ୍ଖଳାର ପାଠ ପଢ଼େଇଲେ । ମୁଁ ନବୀନଙ୍କୁ କହିସାରିଛି ବର୍ତ୍ତମାନ ଆମେ ବିଜୁ ବାବୁ ଫର୍ମୁଲା ଆପଣେଇବୁ । ଇଏ ଦୁଇ ମୁଣ୍ଡିଆମାନଙ୍କୁ ଆମେ ଛାଡିବୁନି ବୋଲି ମୁଁ କହି ସାରିଛି ।

ଯେଉଁ ଦଳକୁ ଆମେ ପରିଶ୍ରମ କରି ଏତେ ବାଟ ପର୍ଯ୍ୟନ୍ତ ଆଣିଛୁ ସମସ୍ତଙ୍କୁ ଅନୁରୋଧ କରୁଛି ଆସନ୍ତୁ ଆମେ ନବୀନ ବାବୁଙ୍କ ସହ ରହିବ କାହାର ଚାପଲୁସି କରିବା ନାହିଁ । କାହା ଅଣ୍ଡରରେ ରହିବା ନାହିଁ । ନବୀନ ପଟ୍ଟନାୟକଙ୍କ ଅଣ୍ଡରରେ ରହିବା ଆଉ ତାଙ୍କ ନିର୍ଦ୍ଦେଶରେ କାମ କରିବା ।

ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ବିରୋଧୀଙ୍କୁ କଡ଼ା କାଉଣ୍ଟର କରିଛନ୍ତି। ସେ କହିଛନ୍ତି, ବିଜେଡି ଅଛି ଓ ଶହେ ବର୍ଷ ରହିବ । କିଛି ଦଳ ବିଜେଡି ବିରୋଧରେ ଅପପ୍ରଚାର କରୁଛନ୍ତି । ବିଜେଡି ଭାଙ୍ଗିଯିବ ବୋଲି କହୁଛନ୍ତି, କିନ୍ତୁ ବିଜେଡି ଅଛି ଓ ରହିବ ।

Leave A Reply

Your email address will not be published.