Latest Odisha News

BREAKING NEWS

CEC Gyanesh Kumar: କାଲିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସିବେ ଭାରତର ମୁଖ୍ୟ ନିର୍ବାଚନ କମିସନର

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର । ଡିସେମ୍ବର ୨୭ ରୁ ଡିସେମ୍ବର ୨୯ ପର୍ଯ୍ୟନ୍ତ ସେ ଓଡିଶା ଗସ୍ତରେ ଆସିବେ । କାର୍ଯ୍ୟସୂଚୀ ଅନୁଯାୟୀ, ୨୭ ତାରିଖରେ ସେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ମହାପ୍ରଭୁଙ୍କ ଦର୍ଶନ ପରେ ସେ କୋଣାର୍କ ଗସ୍ତ କରିବେ ।

୨୮ ତାରିଖରେ ସେ ପଟ୍ଟଚିତ୍ରର ଐତିହ୍ୟ ଗ୍ରାମ ରଘୁରାଜପୁର, ଧଉଳି ଶାନ୍ତି ସ୍ତୂପ, ଖଣ୍ଡଗିରି, ଉଦୟଗିରି ଏବଂ ଭୁବନେଶ୍ୱରର ଐତିହାସିକ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଡିସେମ୍ବର ୨୯ ତାରିଖ ସୋମବାର ଦିନ ସରକାରୀ କାର୍ଯ୍ୟକ୍ରମ ଶେଷ ହେବ । ଅପରାହ୍ନ ୩ଟାରେ, ଜ୍ଞାନେଶ କୁମାର ଭୁବନେଶ୍ୱରର ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଅଡିଟୋରିୟମରେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କ ସହିତ ଏକ ବୈଠକର ଅଧ୍ୟକ୍ଷତା କରିବେ । ସେହିଦିନ ରାତିରେ ସେ ଭୁବନେଶ୍ୱରରୁ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.