Latest Odisha News

BREAKING NEWS

Maoist Free: ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ ହେବ ଓଡ଼ିଶା: ଏଡିଜି

କନ୍ଧମାଳ:ଫୁଲବାଣୀରେ ଆଣ୍ଟି ନକ୍ସଲ ଅପରେସନର ସମୀକ୍ଷା କରିଛନ୍ତି ADG । ସମୀକ୍ଷା ପରେ ADG ସଞ୍ଜୀବ ପଣ୍ଡାଙ୍କ ପ୍ରେସମିଟ୍ କରିଛନ୍ତି ।

କନ୍ଧମାଳ ଏନକାଉଣ୍ଟରରେ ସାମିଲ ସୁରକ୍ଷାକର୍ମୀଙ୍କୁ ପ୍ରଶଂସା କରିଥିଲେ ଏଡିଜି । ଏବେବି ଅପରେସନ ଜାରି ରହିଛି ଓ ଅଧିକ ଟିମ୍ ସାମିଲ୍ କରାଯାଇଛି ବୋଲି ସେ କହଥିଲେ । ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ଓଡ଼ିଶାରେ ନକ୍ସଲ ଗତିବିଧିର ନେତୃତ୍ବ ନେଉଥିଲା ଗଣେଶ ଉଇକେ ଓ ସେ ୩୯ ବର୍ଷ ଧରି ମାଓ ସଂଗଠନରେ ସାମିଲ୍ ଥିଲା ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ଗଣେଶ ସଂଗଠନର ମୁରବି ଥିଲା, ତେଣୁ ତା ମୃତ୍ୟୁ ସଂଗଠନକୁ ଶକ୍ତ ଝଟକା । ଅଧିକାଂଶ ପାର୍ଟି ଛାଡ଼ିବେ ନଚେତ୍ ଆତ୍ମସମର୍ପଣ କରିବେ । ମାଓମୁକ୍ତ ପାଇଁ ଆମକୁ ଟାର୍ଗେଟ୍ ଦିଆଯାଇଛି ଓ ମାର୍ଚ୍ଚ ସୁଦ୍ଧା ନିଶ୍ଚୟ ମାଓମୁକ୍ତ ହେବ ।

ଆହୁରି ସେ ହିଂସାପଥ ଛାଡ଼ି ନକ୍ସଲମାନେ ଆତ୍ମସମର୍ପଣ କରନ୍ତୁ ବୋଲି କହିଛନ୍ତି ।

 

Leave A Reply

Your email address will not be published.