Latest Odisha News

BREAKING NEWS

ନୂଆବର୍ଷ ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼, ୬୦ ପ୍ଲାଟୁନ୍ ପୋଲିସ ମୁତୟନ

ପୁରୀ: ଡିସେମ୍ବର ୨୫ ତାରିଖ ଠାରୁ ପୁରୀରେ ବହୁ ମାତ୍ରାରେ ଭିଡ ପରିଲିକ୍ଷିତ ହେଉଛି । ଶ୍ରୀମନ୍ଦିରରେ ତ ନାହିଁ ନଥିବା ଗହଳି । ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଭିଡ ନିୟନ୍ତ୍ରଣ କରିବା ପାଇଁ ମନ୍ଦିର ପରିସରରୁ ମୁଖ୍ୟ ଆଖପାଖ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ପୋଲିସ ଫୋର୍ସ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି ।

ଭିଡ଼ ଏବଂ ଟ୍ରାଫିକ ଜାମ ରୋକିବା ପାଇଁ ମନ୍ଦିରରୁ ବଗଲା ଧର୍ମଶାଳା ପର୍ଯ୍ୟନ୍ତ ବ୍ୟାପକ ବ୍ୟାରିକେଡିଂ କରାଯାଇଛି । ତେବେ ଏହି ଭିଡ ଜାନୁଆରୀ ୧ ତାରିଖ ତଥା ନୂଆବର୍ଷ ଯାଏଁ ଲାଗି ରହିବ ବୋଲି ଆଶା କରାଯାଉଛି । ଅସାମାଜିକ ଆଚରଣ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ ହେଉଛି । ଶାନ୍ତି ବଜାୟ ରଖି ମହାପ୍ରଭୁଙ୍କ ଦର୍ଶନ କରିବା ସହ ବେଳାଭୂମି ବୁଲିବାକୁ ନିବେଦନ କରାଯାଇଛି ।

ନୂଆବର୍ଷ ଦିନ ପୁରୀରେ ପାଖାପାଖି ୪ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆଶା ରହିଛି । ଏହାକୁ ଦୃଷ୍ଟିରେ ରଖି ୬୦ ପ୍ଲାଟୁନ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଶକ୍ତିଶାଳୀ ବାହିନୀକୁ ନିୟୋଜିତ କରାଯିବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.