ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ନେଇ ପୂର୍ବତନ କ୍ରିକେଟର ନଭଜୋତ ସିଂ ସିଦ୍ଧୁଙ୍କ ଏକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଟେଷ୍ଟ ଏବଂ ଟି୨୦ରୁ କୋହଲି ଅବସର ନେଇ ସାରିଛନ୍ତି । ସେ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ତାଙ୍କ ଫର୍ମ ଏବଂ ଫିଟନେସକୁ ନେଇ ପ୍ରଶ୍ନ ଉଠାଉଥିବା ସମାଲୋଚକଙ୍କ ମୁହଁ ସେ ନିଜସ୍ୱ ଶୈଳୀରେ ବନ୍ଦ କରିଛନ୍ତି । ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଏବେ ବିଜୟ ହଜାରେ ଟ୍ରଫିରେ ମଧ୍ୟ କୋହଲି ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ତାଙ୍କ ପ୍ରଦର୍ଶନ ଦେଖି ସିଦ୍ଧୁ ଟେଷ୍ଟ କ୍ରିକେଟକୁ ଫେରି ଆସିବା ପାଇଁ ଅନୁରୋଧ କରିଛନ୍ତି ।
କୋଟି କୋଟି ଭାରତୀୟଙ୍କ ମନ ରଖିବା ପାଇଁ ତୁମେ ନାଲି ବଲ କ୍ରିକେଟକୁ ଫେରିଆସ ବୋଲି ସିଦ୍ଧୁ ପୋଷ୍ଟ କରିଛନ୍ତି । ସେ ସିଦ୍ଧୁଙ୍କୁ ୨୪ କ୍ୟାରେଟ ସୁନାର ଆଖ୍ୟା ମଧ୍ୟ ଦେଇଛନ୍ତି । ତାଙ୍କ ଫିଟନେସ ଯୁବ ଖେଳାଳିଙ୍କୁ ପଛରେ ପକାଇ ଦେବ ବୋଲି ସେ କହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ କୋହଲି ଭଲ ପ୍ରଦର୍ଶନ କରି ନ ଥିଲେ । ଏହା ପରେ ସେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ଅବଶ୍ୟ କିଛି ଦିନ ତଳେ ଟେଷ୍ଟ କ୍ରିକେଟକୁ ଆଉ ଫେରିବେ ନାହିଁ ବୋଲି କୋହଲି ସୂଚନା ଦେଇଥିଲେ ।