Latest Odisha News

BREAKING NEWS

ଅଧିନାୟକ ଭାବେ ଟି୨୦ରେ ୩୦୦ ଛକା ମାରିଲେ ପୋଲାର୍ଡ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର କୀରନ ପୋଲାର୍ଡ ପ୍ରଥମ ଅଧିନାୟକ ଭାବେ ଟି୨୦ କ୍ରିକେଟରେ ୩୦୦ ଛକା ମାରିଛନ୍ତି । ଇଂଟରନ୍ୟାଶନାଲ ଲିଗ ଖେଳୁଥିବା ପୋଲାର୍ଡ ଏହି ମାମଲାରେ ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନୀଙ୍କ ପରି ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି । ୩୮ ବର୍ଷୀୟ ପୋଲାର୍ଡ ଏମଆଇ ଏମିରେଟ୍ସ ପକ୍ଷରୁ ଖେଳୁଛନ୍ତି । ସେ ଦୁବାଇ କ୍ୟାପିଟାଲ୍ସ ବିପକ୍ଷରେ ଗୋଟିଏ ଓଭରରେ ୩୦ ରନ ସଂଗ୍ରହ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଏମଆଇ ୮ ୱିକେଟରେ ବିଜୟ ହାସଲ କରିଥିଲା । ସେ ଓଭରାଲ ୩୧ ବଲରେ ୪୪ ରନ ସଂଗ୍ରହ କରିଥିଲେ । ଏଥିରେ ୫ ଛକା ରହିଥିଲା ।

ପୋଲାର୍ଡ ୨୦୯ ମ୍ୟାଚରେ ୩୦୪ ଛକା ମାରି ଶୀର୍ଷରେ ରହିଥିବା ବେଳେ ଫାପ ଡୁ ପ୍ଲେସୀ ୨୧୦ ମ୍ୟାଚରେ ୨୮୬ ଓ ମହେନ୍ଦ୍ର ସିଂ ଧୋନୀ ୩୩୧ ମୁକାବିଲାରେ ୨୮୧ ଛକା ମାରି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରୋହିତ (୨୭୩) ଓ ବିରାଟ କୋହଲି(୨୨୭) ଚତୁର୍ଥ ଓ ୫ମ ସ୍ଥାନରେ ରହିଛନ୍ତି । ଟି୨୦ କ୍ରିକେଟରେ ଦ୍ରୁତ ୫୦ ଛକା ମାରିବା ରେକର୍ଡ ଏବେ ବି ଆଡାମ ଗିଲକ୍ରିଷ୍ଟଙ୍କ ନାମରେ ରହିଛି । ଧୋନୀ ଟି୨୦ କ୍ରିକେଟରେ ଅଧିନାୟକ ଭାବେ ୧୦୦, ୧୫୦, ୨୦୦ ଓ ୨୫୦ ଛକା ମାରିଛନ୍ତି ।

Leave A Reply

Your email address will not be published.