Latest Odisha News

BREAKING NEWS

ଭଜନ ସମ୍ରାଟ ଭିକାରୀ ବଳଙ୍କ ପତ୍ନୀ ଉଷାରାଣୀଙ୍କ ଦେହାନ୍ତ

କଟକ: ଭଜନ ସମ୍ରାଟ ସ୍ୱର୍ଗତ ଭିକାରୀ ବଳଙ୍କ ପତ୍ନୀ ଉଷାରାଣୀ ବଳଙ୍କର ପରଲୋକ। ଏକ ଘରୋଇ ହସ୍ପିଟାଲ୍‌ରେ ସୋମବାର ସନ୍ଧ୍ୟାରେ ବାର୍ଦ୍ଧକ୍ୟ ଜନିତ ରୋଗରେ ଉଷାରାଣୀଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କର ୮୬ ବର୍ଷ ହୋଇଥିଲା।

ଗତ ନଭେମ୍ବର ୨ ତାରିଖରେ ଭଜନ ସମ୍ରାଟଙ୍କ ପୁଣ୍ୟତିଥିରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ଆଇସିୟୁରେ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ ପୁଣି ସ୍ୱସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ।

ସେଠାରେ ତାଙ୍କର ପରଲୋକ ଘଟିଛି। ସେ ଜଣେ ସ୍ନେହୀ ଓ ଧର୍ମପ୍ରାଣା ମହିଳା ଥିଲେ। ତାଙ୍କ ବିୟୋଗରେ ରାଜାବଗିଚା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଉଷାରାଣୀଙ୍କ ଅନ୍ତିମ ଶଯ୍ୟା ନିକଟରେ ପୁଅ ଅଶୋକ ବଳ, ଅମିୟ ବଳ, ଜ୍ୱାଇଁ ଡ. ସୁନାମଣି ରାଉତ, ନାତି ଡା. ଶୁଭମ୍ ରାଉତ, ସ୍ୱାଗତ ରାଉତ, ଅମୂଲ୍ୟ କୃଷ୍ଣ ବଳଙ୍କ ସମେତ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ । ଆସନ୍ତାକାଲି ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମାପନ ହେବ ।

Leave A Reply

Your email address will not be published.