Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳି ନ ପାରନ୍ତି ଶ୍ରେୟାଶ ଆୟାର

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟାଶ ଆୟାର ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳିବା ସମ୍ଭାବନା କ୍ଷୀଣ ରହିଛି । ରିପୋର୍ଟ ମୁତାବକ ଶ୍ରେୟାଶ ବିସିସିଆଇ ସେଂଟର ଅଫ ଏକ୍ସିଲେନ୍ସରେ ଫିଟ ହେବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ତେବେ କେତେକ ରିପୋର୍ଟ ଅନୁସାରେ ଶ୍ରେୟାଶ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନାହାନ୍ତି । ତାଙ୍କୁ ଆଉ କିଛି ଦିନ ବିଶ୍ରାମ କରିବାକୁ ପଡିବ । ବିସିସିଆଇ ଚୟନ କମିଟି ୨/୩ ଦିନ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯିବ । ଜାନୁୟାରୀ ୧୧ରୁ ଏହି ସିରିଜ ଆରମ୍ଭ ହେବ ।

ଅଷ୍ଟ୍ରେଲିଆ ଗସ୍ତରେ ଶ୍ରେୟାଶ ସିଡନୀରେ ଖେଳାଯାଇଥିବା ତୃତୀୟ ଦିନିକିଆ ଅବସରରେ ଆଘାତପ୍ରାପ୍ତ ହୋଇଥିଲେ । ସେ ଏକ ଚମତ୍କାର କ୍ୟାଚ ନେବା ଅବସରରେ ଏହି ଦୁର୍ଘଟଣା ଘଟିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଶ୍ରେୟାଶ ୧୪ ଟେଷ୍ଟରେ ୮୧୧ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ସାମିଲ । ସେହିପରି ଦିିନିକିଆରେ ସେ ୭୩ ମ୍ୟାଚରେ ୫ ଶତକ ଓ ୨୩ ଅର୍ଦ୍ଧଶତକ ସହ ୨୯୧୭ ରନ କରିଛନ୍ତି । ଶ୍ରେୟାଶ ଆନ୍ତର୍ଜାତୀୟ ଟି୨୦ରେ ୩୦.୬୬ ଆଭରେଜରେ ୧୧୦୪ ରନ କରିଛନ୍ତି । ଏଥିରେ ୮ ଅର୍ଦ୍ଧଶତକ ରହିଛି ।

Leave A Reply

Your email address will not be published.