Latest Odisha News

BREAKING NEWS

Nicco Park: ନିକୋ ପାର୍କର ହେବ ନବକଳେବର, ଖର୍ଚ୍ଚ ହେବ ଏତିକି କୋଟି…

ଭୁବନେଶ୍ୱର: ଖୁବ ଶୀଘ୍ର ନୂଆରୂପରେ ନଜର ଆସିବ ନିକୋ ପାର୍କ । ୩ଟି ପର୍ଯ୍ୟାୟରେ ନିର୍ମାଣ ହେବ । ଏଥିପାଇଁ ୨ ଶହ କୋଟି ଲେଖାଏଁ ମୋଟ ୬ ଶହ କୋଟି ଟଙ୍କା ବ୍ୟୟ ବରାଦ ହେବ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପାର୍କର ସୌନ୍ଦର୍ଯ୍ୟକରଣ ସହିତ ଆଲୋକୀକରଣ, ସାଇକେଲ ଟ୍ରାକ୍, ଆୟୁର୍ବେଦିକ ପାର୍କ, ଫୁଟ୍ ଓଭରବ୍ରିଜ୍ ଭଳି ଆଧୁନିକ ସୁବିଧା କରାଯିବ । ପିଲାଙ୍କ ମନୋରଞ୍ଜନ ସହିତ ମାର୍କେଟ କମ୍ପ୍ଲେକ୍ସ ଓ ଫୁଡ ପାର୍କ ନିର୍ମାଣ ହେବ ।

ପୂର୍ବରୁ ୩ ଶହ କୋଟି ଟଙ୍କା ବ୍ୟୟରେ ନବୀକରଣ ହେବ ନିକୋ ପାର୍କ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାକୁ ବିଶ୍ବସ୍ତରୀୟ ଆକର୍ଷଣୀୟ କେନ୍ଦ୍ର ଭାବରେ ବିକଶିତ କରାଯିବ ବୋଲି ସୂଚନା ପ୍ରକାଶ ପାଇଥିଲା ।

Leave A Reply

Your email address will not be published.