ସିଡନୀ:ଏଠାରେ ଅନୁଷ୍ଠିତ ୫ମ ଟେଷ୍ଟରେ ଅଷ୍ଟ୍ରେଲିଆ ୫ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ୪-୧ରେ ଆଶେସ ସିରିଜ ହାତେଇଛି । ଇଂଲଣ୍ଡ ଅନ୍ତିମ ଦିବସରେ ୧୬୦ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଯାହାକୁ ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ହାସଲ କରି ନେଇଥିଲା । ମେଲବୋର୍ଣ୍ଣରେ କେବଳ ଇଂଲଣ୍ଡ ଜିତିଥିଲା । ଟ୍ରେଭିସ ହେଡ ପ୍ଲେୟାର ଅଫ ଦି ମ୍ୟାଚ ଓ ମିଚେଲ ଷ୍ଟାର୍କ ପ୍ଲେୟାର ଅଫ ସି ସିରିଜ ବିବେଚିତ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଜୋ ରୁଟଙ୍କ ୧୬୦ ରନର ଇନିଂସ ସହାୟତାରେ ୩୮୪ ରନ କରିଥିଲା ।
ଜବାବରେ ଅଷ୍ଟ୍ରେଲିଆ ୫୬୭ ରନ କରି ୧୮୩ ରନର ଅଗ୍ରଣୀ ହାସଲ କରିଥିଲା । ହେଡ ୧୬୩ ଓ ଷ୍ଟିଭ ସ୍ମିଥ ୧୩୮ ରନର ଇନିଂସ ଖେଳିଥିଲେ । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୩୪୨ ରନ କରିବାକୁ ସକ୍ଷମ ହୋଇଥିଲା । ଜ୍ୟାକବ ବେଥଲ ୧୫୪ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ସହଜରେ ୧୬୦ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।