Latest Odisha News

BREAKING NEWS

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ

ସିଡନୀ: ଆଶେସ ସିରିଜରେ ଅଷ୍ଟ୍ରେଲିଆ ଜବରଦସ୍ତ ପ୍ରଦର୍ଶନ କରି ଇଂଲଣ୍ଡକୁ୪-୧ ହରାଇ ଦେଇଛି । ଏଥିସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଅଷ୍ଟ୍ରେଲିଆ ତାର ସ୍ଥିତି ମଜଭୁତ କରିଥିବା ବେଳେ ଭାରତ ଓ ଇଂଲଣ୍ଡ ଖରାପ ସ୍ଥିତିରେ ରହିଛନ୍ତି । ଅଷ୍ଟ୍ରେଲିଆ ୮ ମ୍ୟାଚରୁ ୭ରେ ବିଜୟ ହାସଲ କରିଛି । ୮୭.୫୦ ବିଜୟ ପ୍ରତିଶତ ସହ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନ ବଜାୟ ରଖି ଫାଇନାଲ ପ୍ରବେଶ ଦୌଡରେ ଆଗରେ ରହିଛି । ନ୍ୟୁଜିଲାଣ୍ଡ ୭୭.୭୮ ବିଜୟ ପ୍ରତିଶତ ସହ ଦ୍ୱିତୀୟ ଏବଂ ଦକ୍ଷିଣ ଆଫ୍ରିକା ୭୫ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ଶ୍ରୀଲଙ୍କା (୬୬.୬୭)ଓ ପାକିସ୍ତାନ(୫୦) ଟିମ ଭାରତଠାରୁ ଆଗରେ ରହିଛନ୍ତି । ସେମାନେ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଥିବା ବେଳେ ଭାରତ ୪୮.୧୫ ପ୍ରତିଶତ ସହ ଷଷ୍ଠ ଏବଂ ଇଂଲଣ୍ଡ ୩୧.୬୭ ସହ ସପ୍ତମରେ ରହିଛି । ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ୮ମ ଏବଂ ୯ମ ସ୍ଥାନରେ ରହିଛନ୍ତି । ବାଂଲାଦେଶର ବିଜୟ ପ୍ରତିଶତ ୧୬.୬୭ ଓ ୱେଷ୍ଟଇଣ୍ଡିଜର ୪.୧୭ ରହିଛି । ଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତକୁ ବାକି ଥିବା ମ୍ୟାଚରେ ଭଲ ପ୍ରଦର୍ଶନ କରିବା ସହ ଅନ୍ୟ ମୁକାବିଲାରେ ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ ।

Leave A Reply

Your email address will not be published.