Latest Odisha News

BREAKING NEWS

ତାମିମ ଇକବାଲଙ୍କୁ ଭାରତର ଏଜେଂଟ କହଲେ ବିସିବି ଅଧିକାରୀ

ଢ଼ାକା: ବାଂଲାଦେଶ କ୍ରିକେଟ ବୋର୍ଡର ଜନୈକ ଅଧିକାରୀ ପୂର୍ବ ଅଧିନାୟକ ତାମିମ ଇକବାଲଙ୍କୁ ଭାରତର ଏଜେଂଟ ବୋଲି ସମ୍ବୋନ୍ଧିତ କରିଛନ୍ତି । ବିସିସିଆଇ ସହ ମତଭେଦ ନେଇ ତାମିମ ବିସିବିକୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଅତ୍ୟଧିକ ଉତେଜିତ ହୋଇ ଟି୨୦ ବିଶ୍ୱକପ ପାଇଁ ଭାରତ ନ ଯିବା ନିଷ୍ପତି ନ ନେବା ପାଇଁ ସେ ଅନୁରୋଧ କରିଥିଲେ । ଆପଣଙ୍କୁ ଦେଖିବାକୁ ପଡିବ ଏବେ ବିଶ୍ୱ କ୍ରିକେଟରେ ବାଂଲାଦେଶ ସ୍ଥିତି କିପରି ରହିଛି । ସାମାନ୍ୟ ଭୁଲ ନିଷ୍ପତିର ପ୍ରଭାବ ଦୀଘ ଦିନ ଧରି ରହିବ । ଯାହାକି ବିସିବି ଅଧିକାରୀ ନଜମୁଲଙ୍କୁ ପସନ୍ଦ ଆସି ନ ଥିଲା ।

ସେ ତାଙ୍କ ଫେସବୁକ ପୋଷ୍ଟରେ ଲେଖିଥିଲେ, ଏଥର ବାଂଲାଦେଶ ଜନତା ନିଜ ଆଖିରେ ପ୍ରମାଣିତ ହୋଇଥିବା ଏକ ଭାରତୀୟ ଏଜେଂଟଙ୍କୁ ଦେଖନ୍ତୁ । ତାଙ୍କର ଏହି ପୋଷ୍ଟକୁ ଟସ୍କିନ ଅହମ୍ମଦ, ମୋମିମୁଲ ହକ ଓ ତୈଜୁଲ ଇସଲାମଙ୍କ ସମେତ ଅନେକ କ୍ରିକେଟର ପସନ୍ଦ କରି ନାହାନ୍ତି । ବାଂଲାଦେଶ କ୍ରିକେଟ ୱେଲଫେୟାର ସଂଘ ମଧ୍ୟ ନଜମୁଲଙ୍କ ଟିପ୍ପଣୀ ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛି । ଯିଏ ଦେଶ ପାଇଁ ୧୬ ବର୍ଷ ଧରି ପ୍ରତିନିଧିତ୍ୱ କରିଛନ୍ତି, ତାଙ୍କ ପ୍ରତି ଏପରି ବୟାନ ଉପଯୁକ୍ତ ନୁହେଁ ବୋଲି ସିଡବ୍ଲ୍ୟୁଏବି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.