Khandagiri Jatra: ଖଣ୍ଡଗିରି ଯାତ୍ରାରେ କୌଣସି ବି ପରିସ୍ଥିତିରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବନାହିଁ: ଏକାମ୍ର ବିଧାୟକ
ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ କଡା ତାଗିଦ କଲେ କାମ୍ର ବିଧାୟକ ବାବୁ ସିଂ । ସେ କହିଛନ୍ତି ଖଣ୍ଡଗିରି ମେଳାର ଯାତ୍ରା ପେଣ୍ଡାଲ ଉପରେ କୌଣସି ବି ପରିସ୍ଥିତିରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବନାହିଁ । ପୂର୍ବ ବର୍ଷ ଯେଉଁଭଳି ଭାବରେ ଖଣ୍ଡଗିରି ପେଣ୍ଡାଲରୁ ଅଶ୍ଲୀଳ ନୃତ୍ୟକୁ ବାରଣ କରାଯାଇଥିଲା । ଏଥର ବି ସେହିପରି ଭାବରେ କଟକଣା ଲଗାଯିବ ।
ସେ ଆହୁରି କହିଛନ୍ତି ଯେ, ଖଣ୍ଡଗିରି ମେଳା ଏକ ଆଧ୍ୟାତ୍ମିକ ମେଳା, ମୁନିଋଷି ମାନେ ଏଠାରେ ତପସ୍ୟା କରି ଆଧ୍ୟାତ୍ମିକତା ଲାଭ କରୁଥିଲେ । ଏହି ମେଳାକୁ ଅନେକ ସାଧୁ ସନ୍ଥ ଆସିଥାନ୍ତି । ଖଣ୍ଡଗିରି ମେଳା ଆମର ଅସ୍ମିତାର ବିଷୟ । ଏହା ଆମ ଭାବାବେଗ ସହିତ ଜଡ଼ିତ ରହିଛି । ଏହି ମେଳାକୁ ସମାଜକୁ ଆଗକୁ ନେବା ପାଇଁ ଏହି ମେଳା ବହୁତ ଆବଶ୍ୟକ ।
ଗତ ଥର ଆମେ ସମସ୍ତେ ଏହି ନୃତ୍ୟ ଠାରୁ ନିବୃତ୍ତ ରହିଥିଲୁ । ଏଥର ବି ରହିବୁ ବୋଲି ମୋର ବିଶ୍ୱାସ । ସମସ୍ତ ମଣ୍ଡପ ଓ ଯାତ୍ରା କମିଟି ସହିତ ଆଲୋଚନା କରିଛି । କୌଣସି ପ୍ରକାର ଅଶ୍ଲୀଳ ନୃତ୍ୟକୁ ଅନୁମତି ଦିଆଯିବନାହିଁ ବୋଲି ସେମାନେ ମଧ୍ୟ କହିଛନ୍ତି । ସମସ୍ତେ ଏହାକୁ ମାନିବା ଦରକାର ।