Latest Odisha News

BREAKING NEWS

ଓଡିଶା ବିଧାନସଭାରେ ବାଧ୍ୟତାମୂଳକ ହେଉ ଓଡିଆ ଭାଷା: ରାଜ୍ୟ ବିଜେପି

ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ଓଡିଆ ଭାଷାକୁ ବାଧ୍ୟତାମୂଳକ କରିବା ଲାଗି ଓଡିଶା ସରକାରଙ୍କୁ ଅନୁରୋଧ କରିଛି ବିଜେପି ।

ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି । ବିଧାନସଭାରେ କୌଣସି ପ୍ରକାର ଓଡିଆ ଭାଷାର ବ୍ୟବହାର ହେଉନାହିଁ, ଏପରିକି ଲୋକସେବା ଭବନ କିମ୍ବା କୋର୍ଟ ତଥା ନ୍ୟାୟିକ ବ୍ୟବସ୍ଥାରେ ମଧ୍ୟ କୌଣସି ପ୍ରକାରରେ ଏହାର ବ୍ୟବହାର କରାଯାଉନାହିଁ ବୋଲି ଉକ୍ତ ପତ୍ରରେ ଶ୍ରୀ ନାୟକ ଉଲ୍ଲେଖ କରିଥିବା ଜଣାପଡିଛି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମଧ୍ୟ ବିଧାନସଭାରେ ଅଧିକାଂଶ ସମୟ ଇଂରାଜୀରେ ନିଜର ବୟାନ ତଥା ବିବୃତ୍ତି ଦେଇଥାନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ।

Leave A Reply

Your email address will not be published.