Latest Odisha News

BREAKING NEWS

Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…

ଭୁବନେଶ୍ଵର: ଦେଶରେ ଦୈନିକ ଘଟୁଥିବା ଦୁର୍ଘାଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବହନ ସଚିବ ଉଷା ପାଢୀ । ସେ ତଥ୍ୟ ରଖି କହିଛନ୍ତି ଯେ, ବର୍ଷକୁ ଦେଶରେ ଲକ୍ଷ ଦୁର୍ଘଟଣା ଘଟି ଅକାଳରେ ଯାଉଛି ୧ ଲକ୍ଷ ୭୦ ହଜାର ଜୀବନ । ସେହିପରି ଦୁର୍ଘଟଣାର ଶିକାର ହୋଇ ୩ ଲକ୍ଷରୁ ଅଧିକ ସଂଖ୍ୟାରେ ଲୋକ ଆହତ ହେଉଛନ୍ତି ତ ଆଉ କିଏ ସବୁଦିନ ପାଇଁ ଭିନ୍ନକ୍ଷମ ହେଇଯାଉଛନ୍ତି ।

ସେହିପରି ଓଡ଼ିଶାରେ ବି ଦୁର୍ଘଟଣା ଗ୍ରାଫ୍ ଉପରମୁହାଁ ରହିଛି । ରାଜ୍ୟରେ ବର୍ଷକୁ ଘଟୁଛି ୧୦ ରୁ ୧୨ ହଜାର ଦୁର୍ଘଟଣା । ଦିନକୁ ଯାଉଛି ୧୬ ରୁ ୧୭ କି ତାଠାରୁ ଅଧିକ ଜୀବନ । ଶୂନ୍ୟ ଦୁର୍ଘଟଣା ମୁକ୍ତ ରାଜ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରୟାସ ଜାରି ରଖିଛନ୍ତି । ଜିରୋ ଆକ୍ସିଡେଣ୍ଟ ଡେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଭାଗ ପକ୍ଷରୁ କମ୍ ହୋମ୍ ସେଫ୍ ନାରା ଦିଆଯାଇଛି ବୋଲି ପରିବହନ ସଚିବ କହିଛନ୍ତି ।

Leave A Reply

Your email address will not be published.