Latest Odisha News

କୋହଲି, ଧାୱନଙ୍କୁ ପଛରେ ପକାଇ ପାରନ୍ତି ଶ୍ରେୟାଶ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଟିମର ଉପ ଅଧିନାୟକ ଶ୍ରେୟାଶ ଆୟାର ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଏକ ବଡ ଉପଲବ୍ଧି ନିଜ ନାମରେ କରି ପାରନ୍ତି । ପ୍ରଥମ ମ୍ୟାଚରେ ସେ ୪୭ ବଲରେ ୪୯ ରନ ସଂଗ୍ରହ କରିଥିଲେ । ଶ୍ରେୟାଶ ୬୮ ମ୍ୟାଚରେ ୨୯୬୬ ରନ କରିଛନ୍ତି । ଏଥିରେ ୫ ଶତକ ଓ ୨୩ ଅର୍ଦ୍ଧଶତକ ସାମିଲ । ସେ ଆଉ ୩୪ ରନ କଲେ ଭାରତ ପକ୍ଷରୁ ଦ୍ରୁତ ୩୦୦୦ ଦିନିକିଆ ରନ ସଂଗ୍ରହକାରୀ ଖେଳାଳି ହେବେ । ଶିଖର ଧାୱନ ୭୨ ଏବଂ ବିରାଟ କୋହଲି ୭୫ ଇନିଂସରେ ୩୦୦୦ ରନ ପୂର୍ଣ୍ଣ କରି ଆଗରେ ରହିଛନ୍ତିି ।

ସେହିପରି ୱେଷ୍ଟଇଣ୍ଡିଜର ମହାନ ଖେଳାଳି ଭିଭିଆନ ରିଚାର୍ଡ୍ସଙ୍କ ରେକର୍ଡ ସହ ମଧ୍ୟ ସମକକ୍ଷ ହେବା ସମ୍ଭାବନା ରହିଛି । ବିଶ୍ୱ କ୍ରିକେଟରେ ୪ର୍ଥ ଖେଳାଳି ଭାବେ ରିଚାର୍ଡ୍ସ ୬୯ ମ୍ୟାଚରେ ୩୦୦୦ ରନ କରିଥିଲେ । ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ହାସିମ ଆମଲା ଶୀର୍ଷରେ ରହିଛନ୍ତି । ଆମଲା ୫୭ ମ୍ୟାଚରେ ୩୦୦୦ ରନ ମାର୍କ ଛୁଇଁଥିଲେ ।

ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଶ୍ରେୟାଶ ଆଘାତପ୍ରାପ୍ତ ହୋଇଥିଲେ । ସେ ସୁସ୍ଥ ହେବା ପରେ ବିଜୟ ହଜାରେ ଟ୍ରଫି ମାଧ୍ୟମରେ ଫର୍ମ ଏବଂ ଫିଟନେସର ପ୍ରମାଣ ଦେଇଥିଲେ । ମୁମ୍ବାଇ ପକ୍ଷରୁ ଖେଳି ସେ ହିମାଚଳ ପ୍ରଦେଶ ବିପକ୍ଷରେ ୫୩ ବଲରେ ୮୨ ରନ କରିଥିଲେ । ଏହା ପରେ ତାଙ୍କୁ ବିସିସିଆଇ ସେଂଟର ଅଫ ଏକ୍ସିଲେନ୍ସ ତାଙ୍କୁ ଫିଟନେସ ସାର୍ଟିଫିକେଟ ପ୍ରଦାନ କରିଥିଲା । ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.