Latest Odisha News

BREAKING NEWS

ରାହୁଲଙ୍କ ଶତକ: ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୮୫ ରନର ଲକ୍ଷ୍ୟ ରଖିଲା ଭାରତ

ରାଜକୋଟ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୮୫ ରନର ବିଜୟ ଲକ୍ଷ୍ୟ ରଖିଛି । କେଏଲ ରାହୁଲ ଆକର୍ଷଣୀୟ ଶତକ ହାସଲ କରି ଅପରାଜିତ ରହିଥିଲେ । ତାଙ୍କ ଇନିଂସ ବଳରେ ଭାରତ ଏକ ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଛି । ଶତକୀୟ ଇନିଂସ ଅବସରରେ ରାହୁଲ ୯୨ ବଲର ସମ୍ମୁଖୀନ ହୋଇ ୧୧ ଚୌକା ଓ ଗୋଟିଏ ଛକା ମାରିଥିଲେ । ଶୁଭମନ ଗିଲ ୫୬ ରନ କରିଥିବା ବେଳେ ରୋହିତ ଶର୍ମା ୨୪, ବିରାଟ କୋହଲି ୨୩ ଓ ରବୀନ୍ଦ୍ର ଜାଡେଜା ୨୭ ରନ କରିଥିଲେ ।

ନ୍ୟୁଜିଲାଣ୍ଡ ପକ୍ଷରୁ କ୍ରିଷ୍ଟିଆନ କ୍ଲାର୍କ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାୟଲ ଜେମିସନ, ଜ୍ୟାକ ଫଲକେସ, ଜେଡନ ଲେନକ୍ସ ଓ ମାଇକେଲ ବ୍ରେସୱେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଏହି ପିଚରେ ଆରମ୍ଭରୁ ବ୍ୟାଟିଂ କରିବା କଷ୍ଟକର ହୋଇଥିଲା । ଟସ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ଏହି ମ୍ୟାଚକୁ ଜିତି ଟିମ ଇଣ୍ଡିଆ ଆଗୁଆ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ।

Leave A Reply

Your email address will not be published.