Latest Odisha News

BREAKING NEWS

ବାଲି ଓ ମଦ ବ୍ୟବସାୟୀଙ୍କ ଘରେ ଇଡି ରେଡ୍, ଲକ୍କରୁ ବାହାରିଲା କୋଟି କୋଟି ଟଙ୍କା

ବ୍ରହ୍ମପୁର: ବାଲି ଓ ମଦ ବ୍ୟବସାୟୀଙ୍କ ଘରେ ଇଡିର ରେଡ୍ । ବ୍ରହ୍ମପୁର ସହରର ୫ରୁ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି । ଚଢାଉ ସମୟରେ ଲକ୍କରୁ ବାହାରିଲା କୋଟି କୋଟି ଟଙ୍କା । ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଅଫିସରେ ଚାଲିଛି ରେଡ୍ ।

ପ୍ରାୟ ୪୬ କୋଟିରୁ ଅଧିକ ଟଙ୍କାର ରୟାଲଟି ସରକାରଙ୍କୁ ଦେବାକୁ ବାକି ଅଛନ୍ତି ବେପାରୀ । ଏଥିପାଇଁ ବ୍ରହ୍ମପୁର ବ୍ରହ୍ମାନଗରର ବାଲି ବେପାରୀ କୃପାସିନ୍ଧୁ ମୁଦୁଲିଙ୍କ ଜୟପ୍ରକାଶ ନଗର, ଅମ୍ବିକା ନଗର, ବିଜିପୁରରେ ଚାଲିଛି ରେଡ୍ । ଲାଞ୍ଜିପଲି, କନିଷି, ଶେରଗଡ଼, ବୁଗୁଡ଼ା, ହିଞ୍ଜିଳି, ଆସ୍କା ଓ ଛତ୍ରପୁରରେ ମଧ୍ୟ ଚଢାଉ ଚାଲିଛି ।

ବାଲି ବେପାରୀ କୃପାସିନ୍ଧୁ ମୁଦୁଲିଙ୍କ ଘର ସମେତ ବିଶ୍ୱଜିତ ପାତ୍ର, ସଚିନ ପାଢ଼ୀ, ଶିବ ପଣ୍ଡାଙ୍କ ଘର ଉପରେ ହୋଇଛି ଚଢ଼ାଉ । ସେହିପରି ଶେରଗଡ଼ର ହୃଷିକେଶ ପାଢ଼ୀ ଓ ଖାରିଆ ପଞ୍ଚୟତର ଭଗବାନ ସାହୁଙ୍କ ଘରେ ରେଡ୍ ହୋଇଛି ।

Leave A Reply

Your email address will not be published.