Latest Odisha News

BREAKING NEWS

Maoists Killed: ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଵିଜାପୁର ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟି ଦୁଇ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ଟପ୍ ମାଓନେତା ପାପା ରାଓ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏବେ ମଧ୍ୟ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି ।

ଡିଆଜି, ଏସଟିଏଫ୍ ଏବଂ ସିଆରପିଏଫ୍ କୋବ୍ରା ଜବାନଙ୍କୁ ଅପରେସନ ବେଳେ ଏହି ସଫଳତା ମିଳିଛି । ବିଜାପୁର ଜିଲ୍ଲାରେ ମାଓବାଦୀମାନେ ପୁଣି ସକ୍ରିୟ ହେବା ନେଇ ବିଶେଷ ସୂତ୍ରରୁ ଖବର ମିଳିବା ପରେ ଡିଆଜି, ଏସଟିଏଫ୍ ଏବଂ ସିଆରପିଏଫ୍ କୋବ୍ରା ଜବାନ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା ଆରମ୍ଭ କରିଦେଇଥିଲେ । ଏହାର ପାଲଟା ଯବାବ ଦେଇଥିଲେ ସୁରକ୍ଷାକର୍ମୀ । ଉଭୟଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ମାଓବାଦୀ ନିହତ ହୋଇଥିବାବେଳେ, ଯବାନ ମାନେ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ।

Leave A Reply

Your email address will not be published.