ଭୁବନେଶ୍ୱର: ପୁଣି ବିଜେପିକୁ ଟାର୍ଗେଟ କଲା ବିଜେଡି। ମିଡ୍ ଡେ’ ଅପରେସନ ବି ଫେଲ୍ କହିଲେ ବିଜେଡି ନେତା ଲେନିନ ମହାନ୍ତି । ମିଡ୍ ନାଇଟ୍ ଅପରେସନ୍ ଫେଲ୍ ହୋଇଥିଲା, ମିଡ୍ ଡେ’ ଅପରେସନ ବି ଫେଲ୍ ହୋଇଗଲା। ମିଡ୍ ଇଭିନିଙ୍ଗ ଅପରେସନ୍ ବି ଫେଲ୍ ହେବ କହିଲେ ଲେନିନ ମହାନ୍ତି।
ଏହା ସହ ସେ କହିଛନ୍ତି ଯେ ଦଳକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର କରାଯାଇଥିଲା । ଏଥିରେ ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ ଅଂଶ ଥିଲେ । ଗତ କିଛି ମାସ ହେବ ଏମାନେ ଷଡଯନ୍ତ୍ରରେ ସାମିଲ୍ ଥିଲେ । କିଛି ଲାଗିଛନ୍ତି ଦଳକୁ ଦୁର୍ବଳ କରିବାକୁ, ବିଜୟ ମହାପାତ୍ର ବ୍ୟାକଅପ୍ ଦେଉଥିଲେ। ଗୋଟେ ପ୍ରଶ୍ନ ଉଠୁଛି ଯେ ଅନ୍ୟମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ।
ଦେବାଶିଷ ସାମନ୍ତରାୟଙ୍କ ଭଳି କିଛି ନେତା କହିନାହାନ୍ତି ଦଳ ଭାଙ୍ଗୁ ବୋଲି । କିନ୍ତୁ ଏମାନେ ଦଳକୁ କ୍ଷତି କରିବାକୁ ଚେଷ୍ଟା କରୁଥିଲେ, ସେଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁର୍ନିତିଗ୍ରସ୍ତ ଓ ବିଶ୍ୱାସଘାତକତା ପାଇଁ ନିଲମ୍ବନ ହେଲେ । ମାସ ମାସ ଧରି ବିଚାର ପରେ ପ୍ରମାଣିତ ହେଲା, ତାପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।