Latest Odisha News

BREAKING NEWS

Bird Count: ଶୀତ ଋତୁରେ ହୀରାକୁଦକୁ ବିଦେଶୀ ପକ୍ଷୀଙ୍କ ଆଗମନ, ଆସନ୍ତାକାଲିଠୁ ପକ୍ଷୀ ଗଣନା…

ସମ୍ବଲପୁର: ଚଳିତ ଶୀତ ଋତୁରେ ଆସିଥିବା ବିଦେଶୀ ପକ୍ଷୀଙ୍କ ଗଣନା ଆସନ୍ତାକାଲିଠାରୁ ହୀରାକୁଦରେ ଆରମ୍ଭ ହେବ । ଏଥିପାଇଁ ଜଳଭଣ୍ଡାର ଓ ଆଖପାଖରେ ଥିବା ଜଳାଶୟ ସହିତ ଜଙ୍ଗଲକୁ ୨୧ଟି ସେକ୍ସନ କରାଯାଇଛି । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

ଏହି ଗଣନା କାର୍ଯ୍ୟରେ ୩୨ ଜଣ ପକ୍ଷୀ ବିଶେଷଜ୍ଞ, ୩୮ ଜଣ କ୍ଷେତ୍ରସ୍ଥଳର ଅଧିକାରୀ ଏବଂ କର୍ମଚାରୀ ସାମିଲ ହେବେ । ଶୀତ ଋତୁରେ ଆସୁଥିବା ବିଦେଶୀ ପକ୍ଷୀଙ୍କ ମଧ୍ୟରେ ଋଷର ସାଇବେରିଆ, କେନ୍ଦ୍ରୀୟ ଏସିଆର ପିଣ୍ଟଲ, ସୋଭଲର, ଟିଲ, ପୋଚାର୍ଡ, ମଙ୍ଗୋଲିଆ ଆଦି ପ୍ରଜାତିର ପକ୍ଷୀ ରହିଛନ୍ତି ।

ନଭେମ୍ବର ମାସରୁ ହୀରାକୁଦକୁ ହଜାର ହଜାର ପକ୍ଷୀ ଆସିଥାନ୍ତି । ପକ୍ଷୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ । ଏଥର ପକ୍ଷୀ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଗତବର୍ଷ ହୀରାକୁଦକୁ ରେକର୍ଡ ୧୨୨ ପ୍ରଜାତିର ୩ ଲକ୍ଷ ୭୭ ହଜାର ୭୩୨ ପକ୍ଷୀ ଆସିଥିଲେ ।

Leave A Reply

Your email address will not be published.