Latest Odisha News

BREAKING NEWS

୧୯ ବର୍ଷରୁ କମ ବିଶ୍ୱକପ: ପୂନର୍ବାର ମୁଣ୍ଡ ଟେକିଲା ହ୍ୟାଣ୍ଡସେକ ବିବାଦ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଶନିବାର ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ ପୂନର୍ବାର ହ୍ୟାଣ୍ଡସେକ ବିବାଦ ମୁଣ୍ଡ ଟେକିଛି । ଭାରତର ଅଧିନାୟକ ଆୟୂଷ ମାହାତ୍ରେ ଓ ବାଂଲାଦେଶ ଉପ ଅଧିନାୟକ ଜାଭେଦ ଅବରାର ଟସ ପକାଇବାକୁ ପଡିଆକୁ ଯାଇଥିଲେ । ବାଂଲାଦେଶ ଟସ ଜିତିବା ପରେ ଉଭୟ ଟିମର ଅଧିନାୟକ କିନ୍ତୁ ପରସ୍ପରକୁ ହ୍ୟାଣ୍ଡସେକ କରି ନ ଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରାୟତଃ ଟସ ପକାଯିବା ସମୟରେ ଉଭୟ ଟିମର ଅଧିନାୟକ ହାତ ମିଳାଇଥାନ୍ତି ।

ପୂର୍ବରୁ ୨୦୨୫ ଏସିଆ କପ କ୍ରିକେଟ ଅବସରରେ ଭାରତ ସିନିୟର ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନର ସଲମାନ ଅଲୀ ଆଗାଙ୍କ ସହ ଟସ ବେଳେ ହ୍ୟାଣ୍ଡସେକ କରି ନ ଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୀତି ସମ୍ପର୍କ ଖରାପ ହେଉଥିବା ଯୋଗୁ ଏହାର ପ୍ରଭାବ ଖେଳ ପଡିଆରେ ମଧ୍ୟ ଦେଖିବାକୁ ମିଳିଛି । ଆଇପିଏଲରୁ ବାଂଲାଦେଶର ମୁସ୍ତାଫିଜୁର ରହେମାନଙ୍କୁ ବିସିସିଆଇ ବାଦ ଦେଇଥିଲା । ଏହା ପରେ ବାଂଲାଦେଶ ଏହାର ପ୍ରସାରଣ ଉପରେ ରୋକ ଲଗାଇବା ସହ ସୁରକ୍ଷା ଆଳ ଦେଖାଇ ଟି୨୦ ବିଶ୍ୱକପ ଖେଳିବାକୁ ଯିବ ନାହିଁ ବୋଲି କହୁଛି ।

Leave A Reply

Your email address will not be published.