କଟକ: ବାରଙ୍ଗ ଥାନା ତ୍ରିଶୂଳିଆ ଛକ ନିକଟ କୁସିନ୍ଦା ଗ୍ରାମରେ ଫୁଟିଛି ଗୁଳି । ଜମିଜମା ବିବାଦକୁ କେନ୍ଦ୍ରକରି ଫାଙ୍କା ଗୁଳି ଚାଳନା । ବାରଙ୍ଗ ପୋଲିସ ଘଟଣାସ୍ଥଳରୁ ୮ ଜଣ ଦୁର୍ବୃତ୍ତଙ୍କୁ କାବୁ କରିବା ସହ ଏକ ଥାର ଗାଡ଼ି ଜବତ କରିଛି । ପୋଲିସ ଗାଡିରୁ କିଛି ମୋବାଇଲ ଓ ବନ୍ଧୁକ ଜବତ କରିଥିବା ସୂଚନା ରହିଛି ।
ରବିବାର ଅପରାହ୍ନରେ ତ୍ରିଶୂଳିଆ ଛକ କୁସିନ୍ଦା ଗ୍ରାମ ନିକଟରେ ଥିବା ଏକ ବିଲଡର ପ୍ରୋଜେକ୍ଟରେ କାମ ଚାଲୁଥିବା ବେଳେ ହଠାତ୍ ଏକ କଳା ରଙ୍ଗର କାରରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ । ସେଠାରେ ବନ୍ଧୁକ ଦେଖାଇ ଆତଙ୍କରାଜ ଚଳାଇଥିଲେ । ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ପହଞ୍ଚି ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିଲେ । ପୋଲିସ ହାତରୁ ଖସିଯିବା ପାଇଁ ଦୁର୍ବୃତ୍ତ ଫାଙ୍କା ଗୁଳି ଚାଳନା କରିଥିବା ସୂଚନା ମିଳିଛି । ବାରଙ୍ଗ ପୋଲିସ ଘଟଣାସ୍ଥଳରୁ ୮ ଜଣ ଦୁର୍ବୃତ୍ତଙ୍କୁ କାବୁ କରି ଅଟକ ରଖିଛି ।