Latest Odisha News

BREAKING NEWS

ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍‌, ୭ ରାଜ୍ୟର ୨୬ଟି ସ୍ଥାନରେ ଇଡିର ରେଡ୍

ଭୁବନେଶ୍ବର: ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍‌ । ଓଡ଼ିଶା ସମେତ ୭ ରାଜ୍ୟର ୨୬ଟି ସ୍ଥାନରେ ଚଢ଼ଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) । ଗୋଆରୁ ଓଡ଼ିଶାକୁ ଲମ୍ବିଥିବା ନିଶା କାରବାର ଚେର ଖୋଜିବା ସହ ମନି ଲଣ୍ଡରିଂ ମାମଲାର ତଦନ୍ତରୁ ବଡ଼ଧରଣ ରାକେଟ୍‌ ସାମ୍ନାକୁ ଆସିଛି । ବିଭିନ୍ନ ରାଜ୍ୟରୁ ପ୍ରାୟ ୩ କୋଟି ଟଙ୍କା, ବିପୁଳ ନିଶାଦ୍ରବ୍ୟ, ଅପରାଧିକ ନଥିପତ୍ର, ଡିଜିଟାଲ ଡିଭାଇସ୍‌ ଆଦି ଜବତ ହୋଇଛି ।

ନିଶା କାରବାରରେ ଜଡ଼ିତ ଥିବା ଅଭିଯୋଗରେ ଦିଲ୍ଲୀରୁ ଜଣେ ନିଶା ମାଫିଆକୁ ଗିରଫ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିକୁ ୭ ଦିନିଆ‌ ରିମାଣ୍ଡରେ ନେଇ ଜେରା କରୁଛି ତଦନ୍ତକାରୀ ଦଳ ।

ଓଡ଼ିଶା, ଗୋଆ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଓ କେରଳ ଭଳି ରାଜ୍ୟକୁ ଲମ୍ବିଛି ଏହି ନିଶାଦ୍ରବ୍ୟ କାରବାର ଚେର । ନାର୍କୋଟିକ କ‌େ‌ଣ୍ଟ୍ରାଲ ବ୍ୟୁରୋ (ଏନସିବି) ଓ ସ୍ଥାନୀୟ ପୋଲିସ ସହାୟତାରେ ଇଡି ଚଢ଼ଉ କରିଥିଲା । ଜବତ କରାଯାଇଥିବା ଡିଜିଟାଲ୍ ଉପକରଣ ଓ ନଥିପତ୍ରରୁ ଅନେକ ସୁରାକ ମିଳିଛି ।

କୋରିଅର୍ ଓ ପୋଷ୍ଟାଲ ମାଧ୍ୟମରେ ବିଭିନ୍ନ ରାଜ୍ୟରେ କୋକେନ୍‌, ଏମଡ଼ିଏମଏ, ଏକ୍ସଟାସି ଭଳି ନିଶା ବଟିକା, ହାସିସ୍‌, ଖୁସ୍‌, ସୁପରକ୍ରିମ୍, ରାସୋଲ, କ୍ରିମ୍ ଭଳି ନିଶାଦ୍ରବ୍ୟ ଯୋଗାଣ କରାଯାଉଥିବା ଜଣାପଡିଛି । ୟୁପିଆଇ, ବ୍ୟାଙ୍କ ସ୍ଥାନାନ୍ତର, କ୍ରିପ୍ଟୋକରେନ୍ସି ଓ ନଗଦ ଆକାରରେ ଟଙ୍କା କାରବାର ଚାଲୁଛି ।

Leave A Reply

Your email address will not be published.