Latest Odisha News

BREAKING NEWS

ଦେବଗଡ଼ରେ ଲଜ୍ଜା! ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ

ଦେବଗଡ଼:ଦେବଗଡ ବାରକୋଟ ଥାନା ଅଞ୍ଚଳରୁ ଆସିଛି ଲଜ୍ଜାଜନକ ଘଟଣା । ଦେବଗଡ଼ ଥାନା ଅଞ୍ଚଳର ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ । ଗତକାଲି ରାତିରେ
ବାଲିରୋଇ ଗ୍ରାମର ଉଦିତ ପାତ୍ର ନିଶାସକ୍ତ ଅବସ୍ଥାରେ ନାମଯଜ୍ଞ ଦେଖିବାକୁ ଯାଇଥିବା ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ସୂଚନାମୁତାବକ, ରବିବାର ରାତିରେ ନାମଯଜ୍ଞ ଦେଖିବାକୁ ଯାଇଥିଲା ନାବାଳିକା । ସେଠାରେ ଏକୁଟିଆର ସୁଯୋଗ ନେଇ ଉଦିତ ପାତ୍ର ନାମକ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ।ତେବେ ନାବାଳିକାର ଚିତ୍କାର ଶୁଣି ଦୌଡି ଆସିଥିଲେ ଆଖପାଖରେ ଥିବା ଲୋକମାନେ । ନାବାଳିକାକୁ ଅଭିଯୁକ୍ତଠାରୁ ମୁକୁଳାଇଥିଲେ । ଏହାପରେ ଯିଏ ଯେମିତି ପାରିଲେ ଦୁଷ୍କର୍ମକାରୀକୁ ମାାଡ ମାରିଥିଲେ ।

ଗ୍ରାମବାସୀଙ୍କ ମାଡ଼ରେ ଉଦିତଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଘଟଣାସ୍ଥଳରୁ ଉଦିତକୁ ଉଦ୍ଧାର କରି ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି। ।

ଚିକିତ୍ସା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।

Leave A Reply

Your email address will not be published.