Latest Odisha News

BREAKING NEWS

Bangladesh Tribunal: ବାଂଲାଦେଶର ପୂର୍ବତନ ପୋଲିସ ମୁଖ୍ୟଙ୍କ ସହ ଅନ୍ୟ ଦୁଇ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଢାକା: ୨୦୨୪ ମସିହାର ହିଂସାତ୍ମକ ପ୍ରଦର୍ଶନରେ ଭୂମିକା ପାଇଁ ବାଂଲାଦେଶର ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ୍ ସୋମବାର ଢାକାର ପୂର୍ବତନ ପୋଲିସ କମିଶନର ଏବଂ ଅନ୍ୟ ଦୁଇ ପୋଲିସ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛି । ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍-୧ (ICT-1) ପୂର୍ବତନ ଢାକା ମେଟ୍ରୋପଲିଟାନ୍ ପୋଲିସ କମିଶନର ହବିବୁର ରହମାନ, ପୂର୍ବତନ ଯୁଗ୍ମ କମିଶନର ସୁଦୀପ କୁମାର ଚକ୍ରବର୍ତ୍ତୀ ଏବଂ ପୂର୍ବତନ ଅତିରିକ୍ତ ଡେପୁଟି କମିଶନର (ରାମନା ଜୋନ୍) ଶାହ ଆଲାମ୍ ମହମ୍ମଦ ଅଖତାରୁଲ୍ ଇସଲାମଙ୍କୁ ସେମାନଙ୍କ ଅନୁପସ୍ଥିତିରେ ଦୋଷୀ ସାବ୍ୟସ୍ତ କରିଥିଲେ। ଜୁଲାଇ ୨୦୨୪ ଗଣ ଆନ୍ଦୋଳନ ସମୟରେ ଛଅ ଜଣ ପ୍ରଦର୍ଶନକାରୀଙ୍କ ହତ୍ୟା ସହ ଜଡିତ ଏକ ମାମଲାରେ ଏହି ଦଣ୍ଡ ଦିଆଯାଇଛି ।

ସେହି ଆନ୍ଦୋଳନ ସମୟରେ ବାଂଲାଦେଶରେ ପୋଲିସ ଚାପର ଅନେକ ଅଭିଯୋଗ ଆସିଥିଲା। ମଧ୍ୟବର୍ତ୍ତୀକାଳୀନ ସରକାର ସମୟରେ ଏହି ଅଭିଯୋଗଗୁଡ଼ିକର ତଦନ୍ତ ଆରମ୍ଭ ହୋଇଥିଲା। ହାସିନାଙ୍କ ବିରୁଦ୍ଧରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଥିଲା। ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଏହି ମାମଲାରେ ହସିନାଙ୍କୁ ମୃତ୍ୟୁଦଣ୍ଡ ଦେଇସାରିଛି। ଏଥର ଢାକା ଟ୍ରିବ୍ୟୁନାଲ୍ ଏହି ମାମଲାରେ ଦ୍ୱିତୀୟ ମାମଲାରେ ଦଣ୍ଡ ଘୋଷଣା କରିଛି।

୫ ଅଗଷ୍ଟ, ୨୦୨୪ରେ (ଯେଉଁଦିନ ହାସିନାଙ୍କ ସରକାରର ପତନ ହୋଇଥିଲା) ଢାକାର ଚାନଖାରପୁଲ ଅଞ୍ଚଳରେ ପୋଲିସ ଗୁଳିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତତ୍କାଳୀନ ଢାକା ପୋଲିସ କମିଶନରଙ୍କ ସମେତ ମୋଟ ଆଠ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା।

ଟ୍ରିବ୍ୟୁନାଲ୍ ଢାକା ସହକାରୀ ପୋଲିସ କମିଶନର ମହମ୍ମଦ ଇମରୁଲଙ୍କୁ ଛଅ ବର୍ଷ, ଇନ୍ସପେକ୍ଟର ଅରସାଦ ହୁସେନଙ୍କୁ ଚାରି ବର୍ଷ ଏବଂ ତିନି ଜଣ କନଷ୍ଟେବଳ ସୁଜୋନ ହୁସେନ, ଇମାଜ ହୁସେନ ଏବଂ ନାସିର-ଉଲ-ଇସଲାମଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଦେଇଛନ୍ତି।

 

 

Leave A Reply

Your email address will not be published.