ଗଞ୍ଜାମ: ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ବୋମାମାଡ଼। ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ଘରେ ସମସ୍ତେ ଶୋଇଥିବା ବେଳେ ଘର ଉପରକୁ ବୋମାମାଡ଼ ହୋଇଛି। ବୋମା ମାଡ଼ରେ ଭାଙ୍ଗିଲା କାନ୍ଥ ,କବାଟ, ଘରର ବହୁ ସାମଗ୍ରୀ। ଅଳ୍ପକେ ବର୍ତ୍ତିଗଲେ ବାପା, ମାଆ ଓ ପୁଅ। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି।
ସୂଚନା ଅନୁଯାୟୀ ଚିକଲଖଣ୍ଡି ଗ୍ରାମର ଜି. କାମରାଜୁଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ କେହି ବୋମାମାଡ଼ କରିଥିଲେ। ଘରେ ଜି. କାମରାଜୁ ତାଙ୍କ ପରିବାର ସହ ଶୋଇଥିବା ବେଳେ କେହି ଦୁର୍ବୁତ୍ତ ଏଭଳି କାଣ୍ଡ ଘଟାଇଛନ୍ତି। ଘରର ପଛ ପଟୁ ବୋମା ମାଡ଼ କରାଯାଇଥିବା ବେଳେ କାନ୍ଥ ଭାଙ୍ଗି ଯାଇଛି। ଅଳ୍ପକେ ବତ୍ତିଛନ୍ତି ପରିବାର ଲୋକ। ତେବେ ବୋମା ମାଡ଼ର କାରଣ ଅସ୍ପଷ୍ଟ ରହିଛି। ଘଟଣାର ଖବର ପାଇ ଛତ୍ରପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରିଛନ୍ତି।