Latest Odisha News

ସେହ୍ୱାଗଙ୍କୁ ଟାର୍ଗେଟ କଲେ ମୁସ୍ତାକ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କ୍ରିକେଟ ମ୍ୟାଚ ସର୍ବଦା ରୋମାଂଚକ ସ୍ଥିତିରେ ପଂହଚିଥାଏ । ଏକ ପ୍ରତିଦ୍ୱନ୍ଦ୍ୱୀତା ବାତାବରଣ ସୃଷ୍ଟି ହୋଇଥାଏ । ପାକିସ୍ତାନର ମହାନ ସ୍ପିନର ସକଲେନ ମୁସ୍ତାକ ଏବେ ବୀରେନ୍ଦ୍ର ସେହ୍ୱାଗଙ୍କୁ ଟାର୍ଗେଟ କରି ବୟାନ ଦେଇଛନ୍ତି । ଯାହା ଭାରତୀୟ କ୍ରିକେଟପ୍ରେମୀଙ୍କୁ ଅସନ୍ତୁଷ୍ଟ କରିଛନ୍ତି । ୨୦୦୪ ମୁଲତାନ ଟେଷ୍ଟରେ ପାକିସ୍ତାନ ବିପକ୍ଷରେ ସେହ୍ୱାଗ ଐତିହାସିକ ୩୦୯ ରନ କରିଥିଲେ । ଭାରତ ପକ୍ଷରୁ ଏହା ପ୍ରଥମ ତ୍ରିଶତକ ଥିଲା । ସେହ୍ୱାଗ ବ୍ୟକ୍ତିଗତ ଭାବେ ୨୯୫ ରନ କରିଥିବା ବେଳେ ମୁସ୍ତାକଙ୍କ ବଲରେ ଛକା ମାରି ୩୦୦ ରନ ପୂର୍ଣ୍ଣ କରିଥିଲେ ।

ମୁସ୍ତାକ ଏବେ କହିଛନ୍ତି ସେହ୍ୱାଗ ତାଙ୍କର ଏହି ଛକାକୁ ଭଲ ଭାବେ ମାର୍କେଟିଂ କରି ଟିଆରପି ବଢ଼ାଇଥିଲେ । ସେ କହିଛନ୍ତି ମୁଁ ଆଘାତପ୍ରାପ୍ତ ହେବା ସତ୍ୱେ ବୋଲିଂ କରୁଥିଲି । ସେହି କଥା କେଉଁଠାରେ କୁହାଯାଉନି । ଆମ ନିକଟରେ ଦ୍ୱିତୀୟ ସ୍ପିନର ନ ଥିଲେ । ଇଞ୍ଜାମାମ ଉଲ ହକ ମୋତେ ବୋଲିଂ କରିବା ପାଇଁ ବାଧ୍ୟ କରିଥିଲେ । ମୁସ୍ତାକ ବୋଲିଂ କରିବା ପାଇଁ ଆସିଲେ ଛକା ମାରିବି ବୋଲି ସେହ୍ୱାଗ ଏକପ୍ରକାର ହେଡଲାଇନ କରି ଦେଇଥିଲେ । ଯାହା ମୋ ପକ୍ଷେ ଯନ୍ତ୍ରଣାଦାୟକ ଥିଲା । ସେହ୍ୱାଗ ଏ ସମ୍ପର୍କରେ କିଛି କହି ନାହାନ୍ତି ।

Leave A Reply

Your email address will not be published.