Latest Odisha News

BREAKING NEWS

Blackbuck Deer Counting: ଆରମ୍ଭ ହେଲା ବିରଳ କୃଷ୍ଣସାର ମୃଗ ଗଣନା, ୨୮ ଟିମ୍ ନିୟୋଜିତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ଖଣ୍ଡ ଅଧୀନରେ ଥିବା ଆସିକା ବନାଞ୍ଚଳର ଜଗତି ପିଢ଼ିଆ ଓ ଏହାର ଆଖପାଖ ଅଞ୍ଚଳରେ ଆରମ୍ଭ ହୋଇଛି ବିରଳ କୃଷ୍ଣସାର ମୃଗ ଗଣନା । କୃଷ୍ଣସାର ମୃଗ ଗଣନା ପାଇଁ ୨୮ ଦଳ ଗଠନ କରାଯାଇଛି । ଏଥିରେ ସାମିଲ ହୋଇଛନ୍ତି ଟ୍ରେନର, ବ୍ରହ୍ମପୁର ଏସିଏଫ, ଆସ୍କା ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ।

୨୦୧୧ ଏହି ଅଞ୍ଚଳର ଏହି ବିରଳ କୃଷ୍ଣ ସାର ମୃଗ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂର୍ବ ଦୁଇ ବର୍ଷକୁ ଥରେ ଏହାର ଗଣନା କରାଯାଉଥିବା ବେଳେ ଏବେ ବିଗତ ବର୍ଷ ଠାରୁ ବର୍ଷକୁ ବର୍ଷକ ଏହାର ଗଣନା କରାଯାଉଛି ।

ପ୍ରତି ବର୍ଷ ଏହି ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢୁଛି । ସେହି କ୍ରମରେ ଆଜି ଏଠାରେ ମୃଗ ଗଣନା କାର୍ଯ୍ୟ ଚାଲିଛି । ଆସିକା ବନାଞ୍ଚଳର ଜଗତି ପିଢ଼ିଆ ଓ ଏହାର ଆଖପାଖ ଅଞ୍ଚଳରେ ଦଳ ଦଳ କୃଷ୍ଣସାର ମୃଗ ଦେଖାଯାଆନ୍ତି । ଯାହାକୁ ସ୍ଥାନୀୟ ଅଞ୍ଚଳର ଲୋକେ କଳା ବହୁତୀୟା ବା ବାଲି ହରିଣ କୁହନ୍ତି । ଏହି ଅଞ୍ଚଳରେ ଏମାନେ ଅବାଧରେ ବୁଲନ୍ତି ବିଶେଷ କରି ସ୍ଥାନୀୟ ଲୋକେ ବି ଏହି ବିରଳ କୃଷ୍ଣସାର ମୃଗଙ୍କ ସୁରକ୍ଷା ପ୍ରତି ଯତ୍ନବାନ ।

Leave A Reply

Your email address will not be published.