ଛତିଶଗଡ:ଜିଲ୍ଲାର ଦକ୍ଷିଣ ଅଞ୍ଚଳରେ ସଶସ୍ତ୍ର ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ସର୍ଚ୍ଚ ଅପରେସନ୍ ସମୟରେ ଗୁରୁବାର ଏକ ଏନକାଉଣ୍ଟର ହୋଇଥିଲା। ଏପର୍ଯ୍ୟନ୍ତ ଦୁଇ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ AK-47 ରାଇଫଲ୍, ୯ ଏମଏମ ପିସ୍ତଲ ,ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ମଧ୍ୟ ଜବତ କରାଯାଇଛି।
ବିଜାପୁର ପୋଲିସ ଅଧିକ୍ଷକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ବସ୍ତର ଅଞ୍ଚଳରେ ଏକ DRG (ଜିଲ୍ଲା ରିଜର୍ଭ ଗାର୍ଡ) ଦଳ ନକ୍ସଲ ବିରୋଧୀ ଅଭିଯାନରେ ଥିଲା। ସକାଳ ପ୍ରାୟ ସାାତଟା ସମୟରେ ମାଓବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ କଡା ଜବାବ ଦେଇଥିଲେ , ଫଳରେ ମାଓବାଦୀମାନଙ୍କୁ ପଛକୁ ହଟିବାକୁ ବାଧ୍ୟ ହୋଇଥିଲେ ।
ବିଜାପୁର ଏସପି କହିଛନ୍ତି ଯେ ଅପରେସନ୍ ଏବେ ବି ଜାରି ରହିଛି, ତେଣୁ ସୁରକ୍ଷା କାରଣରୁ ଏନକାଉଣ୍ଟରର ସଠିକ୍ ସ୍ଥାନ, ଅପରେସନରେ ସାମିଲ ଯବାନଙ୍କ ସଂଖ୍ୟା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସୂଚନା ବର୍ତ୍ତମାନ ସାର୍ବଜନୀନ କରାଯାଇ ନାହିଁ। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଯବାନଙ୍କ ସୁରକ୍ଷା ସର୍ବୋପରି।
ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ଫୋର୍ସକୁ ମଧ୍ୟ ସଜାଗ ରଖାଯାଇଛି। ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।