Latest Odisha News

BREAKING NEWS

ସଫଳତା ଖୁସିର ଗ୍ୟାରେଣ୍ଟି ଦିଏ ନାହିଁ; କାହିଁକି ଏଭଳି କହିଲେ ସଂଗୀତଜ୍ଞ ବିଶାଲ 

ମୁମ୍ବାଇ: ଗାୟକ ଅରିଜିତ ସିଂହ ଅବସର ନେବା ପରେ ବର୍ତ୍ତମାନ ଏହାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଲୋକମାନେ ମଧ୍ୟ ସୋସିଆଲ ମିଡିଆରେ ଏନେଇ ଅନେକ କମେଣ୍ଟ ଦେବାରେ ଲାଗିଛନ୍ତି।

ଏସବୁ ମଧ୍ୟରେ ଗାୟକ ତଥା ସଂଗୀତଜ୍ଞ ବିଶାଲ ଦଦଲାନି ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଜୀବନର ଅଭିଜ୍ଞତା ସେୟାର କରି ଲେଖିଛନ୍ତି ଯେ ସଫଳତା ଶାନ୍ତି କିମ୍ବା ଖୁସିର ଗ୍ୟାରେଣ୍ଟି ଦିଏ ନାହିଁ। ଟଙ୍କା ଏବଂ ଶକ୍ତି ସୁରକ୍ଷାର ଗ୍ୟାରେଣ୍ଟି ଦିଏ ନାହିଁ। ଜୀବନ ଅଜବ ଏବଂ ଛୋଟ।ନିଜକୁ ମିଛ କହି କୌଣସି ମୁହୂର୍ତ୍ତ ନଷ୍ଟ କରନାହିଁ। ଅନ୍ୟ କାହା ପରି ନ ହୋଇ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଞ୍ଚ ବୋଲି ସେ ପରାମର୍ଶ ଦେଇଛନ୍ତି।”

ତେବେ ଅରିଜିତ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ସହ ଏକ ବାର୍ତ୍ତା ସେୟାର କରିଛନ୍ତି ଓ  ନୂତନ ବର୍ଷର ଶୁଭେଚ୍ଛା ଜଣାଇ ବର୍ଷ ବର୍ଷ ଧରି ସେମାନଙ୍କ ପ୍ରେମ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପୋଷ୍ଟରେ ସେ ପ୍ଲେବ୍ୟାକ୍ ଗାୟନକୁ ବିଦାୟ ଦେଉଥିବା ଲେଖିଛନ୍ତି।”

ସେ ତାଙ୍କ କ୍ୟାରିୟରରେ “ତୁମ୍ ହି ହୋ”, “ଚନ୍ନା ମେରେୟା”, “ଅଗର ତୁମ୍ ସାଥ ହୋ”, “ରାବତା”, “କେସରୀ”, “ୟେ ଦିଲ୍ ହୈ ମୁଶ୍କିଲ୍” ଏବଂ “ତେରା ୟାର୍ ହୁଁ ମେ” ଭଳି ଅନେକ ପ୍ରସିଦ୍ଧ ଗୀତ ଗାଇଛନ୍ତି।

ସେହିପରି ବିଶାଲ ଦଦଲାନି ବଲିଉଡରେ ବିଶାଲ-ଶେଖର ଯୋଡି ଭାବରେ ପରିଚିତ ଅଟନ୍ତି। ସେ ଜଣେ ଜଣାଶୁଣା ଗାୟକ ମଧ୍ୟ | ସେ “ଓମ୍ ଶାନ୍ତି ଓମ୍”, “ଦୋସ୍ତାନା”, ଆଇ ହେଟ ଲଭ୍ ଷ୍ଟୋରୀ, “ବାଙ୍ଗ୍ ବ୍ୟାଙ୍ଗ୍”, “ସୁଲତାନ୍”, “ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର”, “ବେଫିକ୍ରେ” ଏବଂ “ୱାର” ଭଳି ଚଳଚ୍ଚିତ୍ର ପାଇଁ ସଂଗୀତ ରଚନା କରିଛନ୍ତି। ଏଥିସହିତ ସେ “କୁରବାନ୍ ହୁଆ”, “ଜି ଲେ ଜରା”,  “ଜବ ମିଲା ତୁ”, “ତୁ ମେରୀ”, “ସ୍ୱାଗ ସେ କରେଙ୍ଗେ ସବକା ସ୍ବାଗତ ,”ବାଲା” ଏବଂ “ଖୁଦା ହାଫିଜ” ଭଳି ଗୀତ ମଧ୍ୟ ଗାଇଛନ୍ତି।

 

Leave A Reply

Your email address will not be published.