Latest Odisha News

BREAKING NEWS

Black Tigers: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା..

ନୟାଗଡ: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା । ଯାହା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ଅଟେ । ନୟାଗଡ ଜିଲ୍ଲାର ଜଙ୍ଗଲରେ କଳାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ରହିଛି । ବାଘଗଣନା ଶେଷ ହୋଇନଥିଲେ ମଧ୍ୟ ଟ୍ରାପ୍ କ୍ୟାମେରା ଭିଜୁଆଲ୍ କୁ ଭିତ୍ତି କରି ଏବେ ପାଖାପାଖି ୭ଟି କଳାବାଘ ରହିଥିବା ଅନୁମାନ କରାଯାଉଥିବା ଡିଏଫଓ କହିଛନ୍ତି ।

ଡିଏଫଓ କହିଛନ୍ତି ଯେ, ବନ୍ୟଜନ୍ତୁଙ୍କ ବଂଶ ବୃଦ୍ଧି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ସନ୍ତୁଳନ ପାଇଁ ବନବିଭାଗ ପକ୍ଷରୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ସଲ୍ଟ ଲେକ୍ କରାଯାଇଛି ଯାହାକୁ ଖାଇବା ପାଇଁ ସମସ୍ତ ପ୍ରକାରର ବନ୍ୟଜନ୍ତୁ ଆସୁଥିବା ଡିଏଫଓ କହିଛନ୍ତି । ଏହାର ଟ୍ରାପ୍ କ୍ୟାମେରା ଭିଜୁଆଲ ମଧ୍ୟ ଆସିଛି । ଜିଲ୍ଲାରେ ବନ୍ୟଜନ୍ତୁଙ୍କ ସୂରକ୍ଷା ପାଇଁ ବନବିଭାଗ ସମ୍ପୂର୍ଣ୍ଣ ସଜାଗ ଥିବା ଡିଏଫଓ କହିଛନ୍ତି ।

Leave A Reply

Your email address will not be published.