Latest Odisha News

BREAKING NEWS

ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ, କାହାରି ବି ଟୋକନ ଲାପ୍ସ ଯିବ ନାହିଁ: ମନ୍ତ୍ରୀ

ଭଦ୍ରକ: ଭଦ୍ରକ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାନକିଣା ନେଇ ସମୀକ୍ଷା ବୈଠକ କରିଛନ୍ତି ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବୈଠକ ପରେ ଗଣମାଧ୍ୟମକୁ ମନ୍ତ୍ରୀ କହିଥିଲେ ଯେ, ଜିଲାରେ ଧାନକିଣା ବାବଦରେ ମନ୍ତ୍ରୀ କହିଥିଲେ ଯେ, ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ଗହଣରେ ଜିଲ୍ଲାର ଧାନକିଣା ସମୀକ୍ଷା କରିଛି । ବର୍ତମାନ ସୁଦ୍ଧା ଜିଲାରୁ ୨ଲକ୍ଷ ୭୧ହଜାର କ୍ବିଣ୍ଟାଲ ଧାନ କିଣା ସରିଛି । ୯ ହଜାର ଚାଷୀ ଧାନ ବିକ୍ରି କରିଛନ୍ତି ।

ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ ସରକାର, କାହାରି ବି ଟୋକନ ଲାପ୍ସ କରିବ ନାହିଁ । ମଣ୍ଡିରୁ ଧାନ ମିଲର ଉଠାଉନଥିବା ଅଭିଯୋଗ ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ, ଭଦ୍ରକ ଜିଲ୍ଲାର ମିଲରଙ୍କ ସଂଖ୍ୟା ମାତ୍ର ୨୨ । ଜିଲ୍ଲାର ମିଲର ସବୁ ଧାନ ଉଠାଇବା ସମ୍ଭବ ହେଉନାହିଁ । ବାହାର ଜିଲ୍ଲାର ମିଲର ଉକ୍ତ ଜିଲ୍ଲାରୁ ଧାନ ଉଠାଇ ସାରିବା ପରେ ଭଦ୍ରକ ଆସିବେ ।

ଯୋଗାଣ ମନ୍ତ୍ରୀ ଆହୁରି କହିଥିଲେ ଯେ, ରାଜ୍ୟରେ ଧାନକିଣା ଏଥରକ ୪ରୁ ୫ ଦିନ ବିଳମ୍ବରେ ଆରମ୍ଭ ହୋଇଛି । କିନ୍ତୁ ସୁରୁଖୁରୁରେ ଚାଷୀଙ୍କ ଠାରୁ ଧାନ ନିଆଚାଲିଛି । ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ଚାଷୀଙ୍କ ଠାରୁ ୪୦ ଲକ୍ଷ ମାଟ୍ରିକ ଟନ୍ ଧାନ କିଣା ସରିଛି । ସମସ୍ତ ଧାନ କିଣା ବାବଦକୁ ୯ ହଜାର କୋଟି ଟଙ୍କା ଚାଷୀଙ୍କୁ ଦିଆ ସରିଲାଣି ।

କଟନି ଛଟନିର ଅଭିଯୋଗ ବିଶେଷ କିଛି ନାହିଁ । ଯେଉଁଠୁ ନିର୍ଦିଷ୍ଟ ଅଭିଯୋଗ ମିଳିବ କାର୍ଯାନୁଷ୍ଠାନ ହେବ ବୋଲି କହିଥିଲେ ମନ୍ତ୍ରୀ ।

Leave A Reply

Your email address will not be published.