Latest Odisha News

BREAKING NEWS

ଶ୍ରୀମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ କଲେ ସ୍ୱର୍ଗତ IAS ସୁବାଷ ପାଣିଙ୍କ ଧର୍ମପତ୍ନୀ

ଭୁବନେଶ୍ୱର: ଶ୍ରୀମନ୍ଦିରକୁ ୧୦ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ କଲେ ସ୍ୱର୍ଗତ ଆଇଏଏସ ସୁବାଷ ପାଣିଙ୍କ ଧର୍ମପତ୍ନୀ। ମାଘ ଏକାଦଶୀ ପୁନ୍ୟ ତିଥୀରେ ଦିବଙ୍ଗତ ସୁବାଷ ପାଣି ପୁରୀ ଜଗନ୍ନାଥ ଶୀମନ୍ଦିରକୁ ୧୦, ୧୧୧୧୧ ଟଙ୍କା ଦାନ କରିଛନ୍ତି। ସ୍ୱର୍ଗତ ସୁବାଷ ପାଣି ଆଇଏଏସ ପ୍ରଶିକ୍ଷଣ ସମୟରେ ସ୍ୱଳ୍ପ ସମୟ ପାଇଁ ପୁରୀରେ ଅବସ୍ଥାପିତ ହୋଇଥିଲେ। ପରବର୍ତ୍ତୀ ସମୟରେ ୧୮୭୮ ରୁ ୮୦ମସିହା ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ଶିଳ୍ପ କେନ୍ଦ୍ରର ଦାୟିତ୍ୱ ନେଇଥିଲେ। ସେହି ସମୟରୁ ସେ ଜଗନ୍ନାଥଙ୍କ ଭକ୍ତ ଭାବେ ନିଜକୁ ସମର୍ପଣ କରିଦେଇଥିଲେ।

ଜୀବନ ବ୍ୟାପୀ ଜଗନ୍ନାଥଙ୍କ ସମ୍ବନ୍ଧରେ ସେ ଗବେଷଣା ରଦ ଥିଲେ। ଉତ୍କଳ ବିଦ୍ୟାଳୟରୁ ଗୀତ ଗୋବିନ୍ଦ ବିଷୟରେ ଗବେଷଣା କରି ପିଏଚଡି ଲାଭ କରିଥିଲେ। ଉଭୟ ଇଂରାଜୀ ଓ ଓଡିଆରେ ଜଗନ୍ନାଥ ସମ୍ବନ୍ଧରେ ଅନେକ ପୁସ୍ତକ ଓ ପ୍ରବନ୍ଧ ରଚନା କରିଥିଲେ। ତନ୍ନଧ୍ୟରୁ ଜଗନ୍ନାଥ ଚେତନା ଆହେ ନୀଳଶୈଳ ଓ ଅନ୍ୟାନ୍ୟ ଜଗନ୍ନାଥ ଜଣାଣର ଇଂରାଜୀ ଅନୁବାଦ, ଗୀତ ଗବିନ୍ଦର ନୂତନ ଅନୁବାଦ ଓ ଟୀକା ଆଦି ପ୍ରମୁଖ। ତାଙ୍କର ଦେହାନ୍ତ ପୂର୍ବରୁ ସେ ଇଂରାଜୀରେ ରଥଯାତ୍ରା ନାମକ ଏକ କଫିବୁକ ପ୍ରକାଶ କରିଥିଲେ।

ଏଥିରେ ରଥଯାତ୍ରାର ଅନେକ ସୁନ୍ଦର, ଆକର୍ଷଣୀୟ ଫଟୋ ସ୍ଥାନ ପାଇଛି ଓ ସାରା ବିଶ୍ୱରେ ଏହା ଆଦୃତ ହୋଇପାରିଛି। ସ୍ୱର୍ଗତ ପାଣିଙ୍କ ପ୍ରୟାସରେ ଦୂରଦର୍ଶନ ଜାତୀୟ ଚ୍ୟାନେଲରେ ରଥଯାତ୍ରାର ସିଧା ପ୍ରସାରଣ ଆରମ୍ଭ ହୋଇପାରିଥିଲା। ୨ ଦଶନ୍ଧୀରୁ ଅଧିକ କାଳ ରଥଯାତ୍ରାର ଇଂରାଜୀ ଧାରା ବିବରଣୀ ପ୍ରଦାନ କରିଥିଲେ। ଓଡିଶାର ମୁଖ୍ୟ ସଚିବ ଭାବେ ସ୍ୱର୍ଗତ ପାଣି ଇଣ୍ଟର୍ନେଟ ମାଧ୍ୟମରେ ଏହି ଧାରା ବିବରଣୀ ପ୍ରସାରର ସମସ୍ତ ଆୟୋଜନ କରିପାରିଥିଲେ।

ଓଡିଶୀ ସଂଗୀତରେ ସ୍ୱର୍ଗତ ସୁବାଷ ପାଣିଙ୍କର ଗଭୀର ରୁଚି ଥିଲା। ତାଙ୍କର ନିର୍ଦ୍ଦେଶନାରେ ସାରେଗାମା ମ୍ୟୁଜିକ ସମ୍ପୂର୍ଣ୍ଣ ଗୀତ ଗୋବିନ୍ଦ ସିଡି ପ୍ରସ୍ତୁତ କରିଥିଲା। ଓଡିଶାର ମୁଖ୍ୟ ସଚିବ ଭାବେ ସେ ପୁରୀରେ ଶ୍ରୀକ୍ଷେତ୍ର ମହତ୍ସୋବ ଆରମ୍ଭ କରିଥିଲେ। ୨୦୨୫ ରେ ନବକଳେବର ସମ୍ବନ୍ଧରେ ତାଙ୍କର ଗବେଷଣା ଅନେକ ପ୍ରଂଶସନୀୟ ଶ୍ରୀମନ୍ଦିରର ପ୍ରକଳ୍ପ ସହ ମଧ୍ୟ ସେ ଜଡିତ ଥିଲେ। ଜଗନ୍ନାଥ ଘଣ୍ଟ ଘୋଡେଇ ରଖିବେ, ଏହା ଥିଲା ତାଙ୍କର ଚିରନ୍ତନ ପ୍ରାର୍ଥନା। ଏହି ମହାନ ସ୍ମୃତିରେ ତାଙ୍କର ଧର୍ମପତ୍ନୀ ଶ୍ରୀମତି ପାଣି ଶ୍ରୀମନ୍ଦିରକୁ ୧୦ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ କରିଛନ୍ତି।

Leave A Reply

Your email address will not be published.