Latest Odisha News

BREAKING NEWS

ବଜେଟରେ ମହଙ୍ଗା ହେଲା ମଦ, ସିଗାରେଟ୍ ଏବଂ ପାନ ମସଲା…

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍ ୨୦୨୬ ଉପସ୍ଥାପନା କରିଛନ୍ତି । ଏହା ତାଙ୍କର ଲଗାତର ୯ମ ବଜେଟ୍‌ । ଆଜିର ଏହି ବଜେଟ୍ ରେ ଖାଲି ହେବ ନିଶାଡିଙ୍କ ପକେଟ୍ । ବଜେଟରେ ମଦ-ସିଗାରେଟ୍ ଏବଂ ପାନ ମସଲା ମହଙ୍ଗା ହୋଇଛି । ଏସବୁକୁ ସେବନ କରୁଥିବା ଲୋକଙ୍କ ଉପରେ ସିଧାସଳଖ ମହଙ୍ଗା ମାଡ଼ ହୋଇଛି ।

ନିକଟରେ ଓଡ଼ିଶାରେ ପାନ ମସଲା ସାଙ୍ଗକୁ ଗୁଟଖା ବ୍ୟାନ୍ ହୋଇଥିଲା । ଯେଉଁ କାରଣରୁ ଅସାଧୁ ବ୍ୟବସାୟୀମାନେ ଚଢ଼ା ଦରରେ ଏବେ ମଧ୍ୟ ବିକୁଛନ୍ତି । ଯଦିଓ ଏବେ ବ୍ୟାନ୍ ହଟିଛି ତଥାପି ଉଚ୍ଚା ଦାମରେ ବିକ୍ରି ହେଉଛି । ସେପଟେ ସିଗାରେଟ୍ ଦାମ ମଧ୍ୟ ଏବେ ପୂର୍ବ ଅପେକ୍ଷା ଅଧିକ ଦାମରେ ବିକ୍ରି ହେଉଛି । ବେପାରମାନେ ମନ ଇଚ୍ଛା ବିକୁଥିବାବେଳେ ଏବେ ପୁଣି ବଜେଟରେ ମହଙ୍ଗା ମାଡ଼ ହୋଇଛି ।

Leave A Reply

Your email address will not be published.