Latest Odisha News

BREAKING NEWS

ନନ୍ଦନକାନନରେ କୁମ୍ଭୀର ମୃତ; ୮ ଦିନରେ ୫…

ଭୁବନେଶ୍ୱର: ଗତ ସପ୍ତାହ ମଧ୍ୟରେ ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅନେକ ସଂଖ୍ୟକ ପ୍ରାଣୀଙ୍କ ମୃତ୍ୟୁ ହେବାରେ ଲାଗିଛି।

ତେବେ ଜାନୁଆରୀ ୨୩ରୁ ଜାନୁଆରୀ ୩୦ ମଧ୍ୟରେ ଚିଡ଼ିଆଖାନା ରେ ପାଞ୍ଚଟି ଲୁଣିଆ କୁମ୍ଭୀର, ଦୁଇଟି ଧଳା ମୟୂର ଏବଂ ଗୋଟିଏ ହରିଣକୁ ମିଶାଇ ମୋଟ ଆଠ ଦିନରେ ଆଠଟି ପ୍ରାଣୀ ମୃତ୍ୟୁବରଣ କରିଥିବା ଜଣାପଡିଛି। ତେବେ ମୃତ୍ୟୁବରଣ କରିଥିବା କୁମ୍ଭୀରଙ୍କ ମଧ୍ୟରେ ତିନୋଟି ଅଣ୍ଡିରା ଏବଂ ଦୁଇଟି ମାଈ କୁମ୍ଭୀର ଅନ୍ତର୍ଭୁକ୍ତ। ଏହି କୁମ୍ଭୀର ଗୁଡ଼ିକୁ ପ୍ରାୟ ଆଠ ବର୍ଷ ବୟସ ହୋଇଥିବା ବେଳେ ଏମାନେ ପ୍ରାୟ ଆଠ ଫୁଟ ଲମ୍ବର ଥିଲେ। ତେବେ ବର୍ତ୍ତମାନ କୁମ୍ଭୀର ମୃତ୍ୟୁ ପରେ ଚିଡ଼ିଆଖାନାରେ ଲୁଣି କୁମ୍ଭୀର ସଂଖ୍ୟା ୩୧ରୁ ୨୬କୁ ହ୍ରାସ ପାଇଛି।

ଏହି ଘଟଣା ପରେ ଚିଡ଼ିଆଖାନା ଅଧିକାରୀମାନେ ପ୍ରତିରୋଧକ ଏବଂ ସହାୟକ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରିଛନ୍ତି। ବନ୍ୟପ୍ରାଣୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରାମର୍ଶ ଅନୁଯାୟୀ ଘେରାଗୁଡ଼ିକୁ ସମ୍ପୂର୍ଣ୍ଣ ଜଳ ନିଷ୍କାସନ ଏବଂ ସଫା କରାଯାଇଛି ଏବଂ ଅବଶିଷ୍ଟ କୁମ୍ଭୀର ମାନଙ୍କୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ସେମାନଙ୍କୁ ଆଣ୍ଟିବାୟୋଟିକ୍ ଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଛି।

ଏହି ମୃତ କୁମ୍ଭୀରମାନଙ୍କର ଶୁକ୍ରବାର ଦିନ ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (OUAT) ର ବନ୍ୟପ୍ରାଣୀ ବିଶେଷଜ୍ଞ ଡକ୍ଟର ଆଦିତ୍ୟ ଆଚାର୍ଯ୍ୟ ପୋଷ୍ଟମର୍ଟମ କରିଥିଲେ ଏବଂ ପରୀକ୍ଷାଗାର ବିଶ୍ଳେଷଣ ପାଇଁ ନମୁନା ସଂଗ୍ରହ କରିଥିଲେ। ସଂକ୍ରମଣ ମୃତ୍ୟୁର ପ୍ରମୁଖ ସନ୍ଦିଗ୍ଧ କାରଣ ହୋଇଥିବା ଜଣାପଡ଼ିଛି ଓ କୌଣସି ଶାରୀରିକ ଆଘାତ କିମ୍ବା ଅସାଧାରଣ ଆଚରଣର ଲକ୍ଷଣ ନାହିଁ ବୋଲି କର୍ତ୍ତୃପକ୍ଷ ମାନେ କହିଛନ୍ତି।

Leave A Reply

Your email address will not be published.