Latest Odisha News

BREAKING NEWS

BJD: ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର: ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ସିମୁଳିଆର ଶଶୀ ସାହୁଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ ଶଶୀ ସାହୁ ବିଜୁ ଜନତା ଦଳରେ ସାମିଲ ହୋଇଥିବା ବେଳେ ତାଙ୍କ ପତ୍ନୀ ସୁଭାଷିନୀ ସାହୁଙ୍କୁ ଟିକେଟ ମିଳିଥିଲା ।

ଯଦି ଦେଖାଯାଏ ଦୀର୍ଘଦିନ ହେଲା ବାଲେଶ୍ବର ବିଜେଡିରେ କନ୍ଦଳ ଲାଗି ରହିଛି । ଶଶୀ ସାହୁ ଏବଂ ଜ୍ୟୋତି ପ୍ରକାଶ ସାହୁଙ୍କ ମଧ୍ୟରେ କନ୍ଦଳ ଖବର ସାମ୍ନାକୁ ଆସିଥିଲା । ଏହି କାରଣରୁ ଜିଲା ସଭାପତି ଚୟନ ହୋଇପାରୁନଥିବା ଚର୍ଚ୍ଚା ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଏହା କିଛି ଦିନ ପୂର୍ବରୁ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ସସପେଣ୍ଡ କରିଥିଲା ବିଜେଡି । ଉଭୟଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ସସପେଣ୍ଡ କରାଯାଇଥିବା ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ ।

Leave A Reply

Your email address will not be published.