Latest Odisha News

BREAKING NEWS

ନନ୍ଦନକାନନର ନୂଆ ନିର୍ଦ୍ଦେଶକ ହେଲେ ସନତ କୁମାର

ଭୁବନେଶ୍ୱର: ଓଡ଼ିଶା ସରକାର ସୋମବାର ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ସନତ କୁମାର ଏନଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି।

ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଜାରି ସରକାରୀ ବିଜ୍ଞପ୍ତି ଅନୁସାରେ ନନ୍ଦନକାନନର ଉପ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ୨୦୧୨ ବ୍ୟାଚର ଆଇଏଫଏସ ଅଧିକାରୀ ମନୋଜ ଭି ନାୟାରଙ୍କ ସ୍ଥାନ ନେବେ।

୨୦୦୧ ବ୍ୟାଚର ଆଇଏଫଏସ ଅଧିକାରୀ ମନୋଜ ଭି ନାୟାରଙ୍କୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ର ସଦସ୍ୟ ସଚିବ ଭାବରେ ନିଯୁକ୍ତ କରାଯାଇଛି। ସେ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଭାବରେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଗ୍ରହଣ କରିବେ।

ଏହା ସହିତ ୨୦୦୧ ବ୍ୟାଚର ଆଇଏଫଏସ ଅଧିକାରୀ ଜି ରାଜେଶଙ୍କୁ ଭୁବନେଶ୍ୱରର ଘାଟିକିଆରେ ଓଡ଼ିଶା ବନୀକରଣ କ୍ଷେତ୍ର ବିକାଶ ସମାଜ (OFSDS)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବାକୁ ଅନୁମତି ଦିଆଯାଇଛି। ଯିଏକି ବର୍ତ୍ତମାନ CAMPAର ସିଇଓ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ମୁଖ୍ୟ ବନ ସଂରକ୍ଷକ (ପ୍ରକଳ୍ପ ଯୋଜନା ଏବଂ ବନୀକରଣ)ର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିଛନ୍ତି।

Leave A Reply

Your email address will not be published.