ମୁମ୍ବାଇ: କଲକୀ ୨୮୯୮ ଏଡି ଫିଲ୍ମର ସଫଳତା ପରେ ଏହାର ମେକର୍ସ ସୀକ୍ୱେଲ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ଦୀପିକା ପାଦୁକୋନ ସୁମିତ ଭୂମିକାରେ ଅଭିନୟ କରିଥିଲେ । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁସାରେ ଦୀପିକା ଏହାର ସୀକ୍ୱେଲର ଅଂଶବିଶେଷ ହେବେନି । ତାଙ୍କ ସ୍ଥାନରେ ଦକ୍ଷିଣ ଭାରତର ଲୋକପ୍ରିୟ ନାୟିକା ସାଈ ପଲ୍ଲବୀ ଅଭିନୟ କରିବେ । ତେବେ ଏ ନେଇ ଅଫିସିଆଲ ଭାବେ କୌଣସି ପୃଷ୍ଟି କରାଯାଇ ନାହିଁ । ମେକର୍ସଙ୍କ ପ୍ରତିନିଧି ଅବଶ୍ୟ ଏ ସମ୍ପର୍କରେ ସୂଚନା ଦେଇଥିଲେ ମଧ୍ୟ ସ୍ପଷ୍ଟ କରି ନ ଥିଲେ ।
ଦୀପିକା ଯଦି ଫିଲ୍ମରେ ଅଭିନୟ ନ କରିବେ ତେବେ ସାଈଙ୍କୁ ଆମେ ନେବା ପାଇଁ ଚାହିଁବୁ ବୋଲି ସେ କହିଛନ୍ତି । ପ୍ରଥମ ପାର୍ଟରେ ସୁମୀତ କାହାଣୀ ଆଗକୁ ବଢ଼ାଇଥିଲେ । ଅନ୍ୟ ଏକ ରିପୋର୍ଟ ଅନୁସାରେ ସୀକ୍ୱେଲରେ ସୁମୀତର ଭୂମିକା କମ କରାଯାଇଥିବାରୁ ଦୀପିକା ଏଥିରେ ଅଭିନୟ କରିବାକୁ ଚାହୁଁ ନାହାନ୍ତି । କଳାକାର ଚୟନ ପ୍ରକ୍ରିୟା ଶେଷ ହୋଇଗଲେ ଖୁବ ଶୀଘ୍ର ୨୮୯୮ ଏଡିର ସୀକ୍ୱେଲ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।