Latest Odisha News

BREAKING NEWS

ଏପଷ୍ଟିନ୍ ଫାଇଲ୍ସ ମାମଲା, ବଢ଼ିଲା କ୍ଲିଣ୍ଟନ ଦମ୍ପତିଙ୍କ ଅଡୁଆ

ନୂଆଦିଲ୍ଲୀ: ବିବାଦୀୟ ଏପଷ୍ଟିନ୍ ସେକ୍ସ ସ୍କାଣ୍ଡାଲ୍ ମାମଲାରେ ଫସିଛନ୍ତି ଆମେରିକାର ପୂର୍ବତନ ପ୍ରଭାବଶାଳୀ ଦମ୍ପତି। ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଏବଂ ପତ୍ନୀ ହିଲାରୀ କ୍ଲିଣ୍ଟନ ଏବେ ହାଉସ୍ କମିଟି ସାମ୍ନାରେ ହାଜର ହୋଇ ସାକ୍ଷ୍ୟ ଦେବେ। କୋର୍ଟ ଅବମାନନା ଭୟରେ ଶେଷରେ ନଇଁଛନ୍ତି କ୍ଲିଣ୍ଟନ ପରିବାର। ଦୀର୍ଘ ଦିନର ଟାଳଟୁଳ ନୀତି ପରେ ଏବେ ତଦନ୍ତ ସାମ୍ନାକୁ ଆସିବେ ବିଲ୍ କ୍ଲିଣ୍ଟନ ଓ ହିଲାରୀ। ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ୍ ମାମଲାରେ ଆମେରିକୀୟ ହାଉସ୍ ସାମ୍ନାରେ ସେମାନେ ନିଜର ପକ୍ଷ ରଖିବେ।

ହାଉସ୍ ଓଭରସାଇଟ୍ କମିଟି ପକ୍ଷରୁ ସେମାନଙ୍କ ବିରୋଧରେ ‘କଣ୍ଟେମ୍ପଟ୍ ରେଜୋଲ୍ୟୁସନ’ ବା ଅବମାନନା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଚାଲିଥିଲା। ଯଦି ଏହା ପାସ୍ ହୋଇଥାନ୍ତା, ତେବେ ଉଭୟଙ୍କୁ କ୍ରିମିନାଲ ଚାର୍ଜ ବା ଅପରାଧିକ ମାମଲାର ସାମ୍ନା କରିବାକୁ ପଡ଼ିଥାନ୍ତା। ଏହି ଭୟରେ ସେମାନେ ନିଜର ପକ୍ଷ ରଖିବାକୁ ରାଜି ହୋଇଛନ୍ତି।

୨୦୧୯ରେ ଜେଲ୍ ହେପାଜତରେ ମୃତ୍ୟୁ ଲାଭ କରିଥିବା ଜେଫ୍ରି ଏପଷ୍ଟିନ୍ ସହ କ୍ଲିଣ୍ଟନଙ୍କ ପୁରୁଣା ସମ୍ପର୍କ ଥିବା ଅଭିଯୋଗ ହୋଇଛି। ବିଲ୍ କ୍ଲିଣ୍ଟନ ସ୍ୱୀକାର କରିଛନ୍ତି ଯେ ସେ ଏପଷ୍ଟିନଙ୍କ ବ୍ୟକ୍ତିଗତ ଜେଟ୍‌ରେ ଯାତ୍ରା କରିଥିଲେ, କିନ୍ତୁ ବିବାଦୀୟ ଦ୍ୱୀପକୁ ଯିବା କଥାକୁ ସେ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି।
ବର୍ତ୍ତମାନ ସାରା ବିଶ୍ୱର ନଜର ଏହି ହାଇ-ପ୍ରୋଫାଇଲ୍ ମାମଲା ଉପରେ ରହିଛି। ଏପଷ୍ଟିନଙ୍କ କଳା ସାମ୍ରାଜ୍ୟ ସହ କ୍ଲିଣ୍ଟନଙ୍କର ପ୍ରକୃତରେ କି ସମ୍ପର୍କ ଥିଲା, ତାହା ଏହି ତଦନ୍ତ ପରେ ସ୍ପଷ୍ଟ ହୋଇପାରେ।

ଏପଷ୍ଟିନ୍ ଫାଇଲ୍ସରେ ବିଲ୍ କ୍ଲିଣ୍ଟନଙ୍କ ସହ ଏଲନ ମସ୍କ ଏବଂ ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କ ନାଁ ମଧ୍ୟ ରହିଛି। ଏହି ସମସ୍ତ ବ୍ୟକ୍ତି ଦାବି କରିଆସୁଥିଲେ ଯେ ସେମାନେ ଏପଷ୍ଟିନଙ୍କୁ ଜାଣିନଥିଲେ ଏବଂ ତାଙ୍କୁ ଘୃଣା କରୁଥିଲେ, କିନ୍ତୁ ନୂଆ ଦସ୍ତାବେଜ ସେମାନଙ୍କର ମୁଖା ଖୋଲି ଦେଇଛି । ରିଲିଜ୍ ହୋଇଥିବା ଦସ୍ତାବେଜ ଅନୁଯାୟୀ, ଏଲନ ମସ୍କ ଏପଷ୍ଟିନଙ୍କ ସହ କୌଣସି ଯାତ୍ରା କିମ୍ବା ସାମାଜିକ କାର୍ଯ୍ୟକ୍ରମ ବିଷୟରେ ଇମେଲ୍ ମାଧ୍ୟମରେ କଥା ହୋଇଥିଲେ। ମସ୍କ ପୂର୍ବରୁ କହିଥିଲେ ଯେ ସେ କେବେବି ଏପଷ୍ଟାଇନଙ୍କ ବ୍ୟକ୍ତିଗତ ଦ୍ୱୀପକୁ ଯାଇନାହାଁନ୍ତି। କିନ୍ତୁ ଇମେଲରୁ ଜଣାପଡୁଛି ଯେ ମସ୍କ ସେହି ଦ୍ୱୀପ ବିଷୟରେ ବହୁତ କୌତୂହଳୀ ଥିଲେ ଏବଂ ସେଠାରେ ‘ୱାଇଲ୍ଡ ପାର୍ଟି’ କେବେ ହେବ ବୋଲି ପଚାରିଥିଲେ। ତେବେ ମସ୍କ ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ କିଛି ଇମେଲକୁ ଭୁଲ ଭାବେ ବୁଝାଯାଉଛି।

ଏମାନଙ୍କ ସହ ବାରାକ୍ ଓବାମାଙ୍କ ଶାସନ କାଳରେ ହ୍ୱାଇଟ୍ ହାଉସ୍ ଓକିଲ ଥିବା କ୍ୟାଥିଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ସେ ଏପଷ୍ଟିନଙ୍କ ସହ ମିଟିଂ ପାଇଁ ଯୋଜନା କରିଥିଲେ । ତେବେ ତାଙ୍କ ପକ୍ଷରୁ ସଫେଇ ଦିଆଯାଇଛି ଯେ ଏହି ଶବ୍ଦ ଜଣେ କ୍ଲାଏଣ୍ଟ ଓ ତାଙ୍କ ଝିଅମାନଙ୍କ ପାଇଁ ବ୍ୟବହାର କରାଯାଇଥିଲା। ସେହିପରି ବ୍ରିଟିଶ ବିଲେନିୟର ରିଚାର୍ଡ ବ୍ରାନ୍‌ସନଙ୍କ ଇମେଲ୍ ମଧ୍ୟ ସାମ୍ନାକୁ ଆସିଛି। ସେହିପରି ‘ନ୍ୟୁୟର୍କ ଜାଏଣ୍ଟସ୍’ର କୋ-ଓନର ଷ୍ଟିଭେନ ଟିଶଙ୍କ ନାମ ଦସ୍ତାବେଜରେ ୪୦୦ରୁ ଅଧିକ ଥର ଉଲ୍ଲେଖ ଅଛି, ଯେଉଁଥିରେ ଏପଷ୍ଟିନ୍ ତାଙ୍କୁ ବିଭିନ୍ନ ମହିଳାଙ୍କ ସହ ଭେଟ କରାଇବାକୁ ପ୍ରସ୍ତାବ ଦେଉଥିବା ଦେଖାଯାଇଛି।

ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ବ୍ରିଟେନର ପ୍ରିନ୍ସ ଆଣ୍ଡ୍ର୍ୟୁ। ନୂଆ ଦସ୍ତାବେଜ ଅନୁଯାୟୀ, ଆଣ୍ଡ୍ର୍ୟୁ ଏପଷ୍ଟିନଙ୍କୁ ବକିଂହାମ୍ ପ୍ୟାଲେସରେ ଡିନର ପାଇଁ ନିମନ୍ତ୍ରଣ ପଠାଇଥିଲେ ଏବଂ ଏପଷ୍ଟିନ୍ ତାଙ୍କୁ ଜଣେ ରୁଷୀୟ ମହିଳାଙ୍କ ସହ ଭେଟ କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.