Latest Odisha News

BREAKING NEWS

Revenue Services: ରାଜ୍ୟବାସୀଙ୍କୁ ଆଶ୍ବସ୍ତି, ଏଣିକି ହ୍ବାଟ୍‌ସ ଆପ୍‌ରେ ମିଳିବ ରାଜସ୍ୱ ସେବା

ଭୁବନେଶ୍ୱର: ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନାହିଁ । ଏଣିକି ହ୍ବାଟ୍‌ସଆପ୍‌ରେ ମିଳିବ ରାଜସ୍ୱ ସେବା । ଏ ନେଇ ଆଜି ବଡ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ୨୪ ଘଣ୍ଟିଆ ସେବା ଯୋଗାଇ ଦେବ ବିଭାଗ । ହ୍ଵାଟସ୍‌ ଆପ୍‌ରେ ଜମିଜମା ବାବଦରେ ସବୁ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ ।

ଦୁର୍ନୀତି ଅଭିଯୋଗ ଆସିଲେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ । ଏହାଦ୍ବାରା ଦୁର୍ନୀତି ବନ୍ଦ ହେବ । ନିର୍ଦ୍ଧିଷ୍ଟ ସମୟ ଭିତରେ ସମସ୍ୟା ସମାଧାନ କରାନଗଲେ କିମ୍ବା ଦୁର୍ନୀତି ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।

ସେହିପରି କାମ ନହେଲେ ସିଧାସଳଖ ରାଜସ୍ୱ ମନ୍ତ୍ରୀଙ୍କ ପାଖକୁ ମଧ୍ୟ ହ୍ବାଟ୍‌ସଆପ୍‌ କରିପାରିବେ ଅଭିଯୋଗକାରୀ । ଆସନ୍ତାକାଲି ହ୍ବାଟ୍‌ସଆପ୍‌ ସେବାକୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ । ଏହାସହ ୫୫ ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ ।

Leave A Reply

Your email address will not be published.