Latest Odisha News

BREAKING NEWS

Weather Forecast: ପୁଣି ଥରାଇବ ଶୀତ, ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ!

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିବ ଶୀତ । କିଛି ଦିନର ବ୍ୟବଧାନ ପରେ ପୁଣି ଶୀତ ଅନୁଭୂତ ହୋଇପାରେ । ଆସନ୍ତା ୩ ଦିନ ଭିତରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ ରାଜ୍ୟର ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ପାଖାପାଖି ରହିବାର ଅନୁମାନ କରାଯାଉଛି । ୩-୪ ଦିନର ଏହି ଶୀତ ଲହରୀ ପରେ ପୁଣି ଧୀରେ ଧୀରେ ପାରଦ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ବୁଧବାର ରାତିରେ ଜି.ଉଦୟଗିରି ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ସେଲସିୟସ୍ ଥିବାବେଳେ, ସେମିଳିଗୁଡ଼ା ୯.୧ ଡିଗ୍ରୀ ଥିଲା । କଟକ, ଭୁବନେଶ୍ୱର, କେନ୍ଦୁଝର, ଭବାନୀପାଟଣା, ତାଳଚେର, ବଲାଙ୍ଗୀର, କୋରାପୁଟ, ଫୁଲବାଣୀ, ମାଲକାନଗିରି, ଦାରିଙ୍ଗିବାଡ଼ି, ଯାଜପୁର, ନୂଆପଡ଼ା, ନବରଙ୍ଗପୁର, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ରାଉରକେଲାରେ ପାରଦ ୧୫ ଡିଗ୍ରୀ ତଳେ ଥିଲା । ଦିନ ତାପମାତ୍ରା ପ୍ରାୟତଃ ୩୧ ଡିଗ୍ରୀ ଭିତରେ ରହିଥିଲା

Leave A Reply

Your email address will not be published.