Latest Odisha News

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଯୋଗଦାନ

ଭୁବନେଶ୍ବର: ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟରେ ସଂଗ୍ରାମ କେଶରୀ ମହାପାତ୍ର ପରିଷଦର ଅଧ୍ୟକ୍ଷ(ଭାରପ୍ରାପ୍ତ) ଭାବରେ ଯୋଗଦାନ କରିଛନ୍ତି। ଏହି ଅବସରରେ ପରିଷଦର ସମସ୍ତ ଅଧିକାରୀ ଓ କର୍ମଚାରୀ ମହାପାତ୍ରଙ୍କୁ ଅଭିବାଦନ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ସଂଗ୍ରାମ କେଶରୀ ମହାପାତ୍ର ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଭାବରେ ଯୋଗଦାନ କଲାପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ(ଭାରପ୍ରାପ୍ତ) ଭାବରେ ଯୋଗଦାନ କରିଛନ୍ତି। ଏହା ସହ ସେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଭାବରେ ମଧ୍ୟ ଦାୟିତ୍ବରେ ରହିଛନ୍ତି । ଆଜିର ଏହି ଯୋଗଦାନ ପରେ ଶ୍ରୀ ମହାପାତ୍ର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ଓ ଆନୁଷଙ୍ଗିକ ଦିଗ ବିଷୟରେ ଆଲୋଚନା କରିଥିଲେ।

ପରିଷଦର ଅଧିକାରୀଗଣ ମହାପାତ୍ରଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଭିନ୍ନ କାର୍ଯ୍ୟ ବିଷୟରେ ସୂଚିତ କରିଥିଲେ । ସମସ୍ତେ ମିଳିତ ଭାବରେ ନିଷ୍ଠାର ସହ କାର୍ଯ୍ୟ କରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସାମୁହିକ ଲକ୍ଷ୍ୟ ହାସଲ ଦିଗରେ ବ୍ରତୀ ହେବାପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଆଗାମୀ ଦିନରେ ପରିଷଦ ଆହୁରି ଲୋକଭିମୁଖୀ ଭାବରେ କାର୍ଯ୍ୟ କରିବା ସହ ସରକାରଙ୍କ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ପ୍ରମୁଖ ଯୋଗଦାନ କରିବ ବୋଲି ମତପ୍ରକାଶ କରିଥିଲେ ।

Comments are closed.