Latest Odisha News

BREAKING NEWS

Filariasis Free Odisha: ଫାଇଲେରିଆ ନିରାକରଣ ପାଇଁ ବଡ଼ ଆକ୍ସନ ପ୍ଲାନ;ଫେବୃଆରୀ ୧୦ରୁ ୫ ଜିଲ୍ଲାରେ ସାମୁହିକ ଔଷଧ…

ଭୁବନେଶ୍ବର: ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗର ବଡ଼ ଆକ୍ସନ ପ୍ଲାନ । ଏଣିକି ଘରକୁ ଯାଇ ନିଜ ଉପସ୍ଥିତିରେ ମେଡିସିନ ଖୁଆଇବେ ସ୍ୱାସ୍ଥ୍ୟକର୍ମୀ । ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ମାଗଣା ବଣ୍ଟନ ସତ୍ତ୍ବେ ଲୋକେ ଔଷଧ ସେବନ କରୁ ନ ଥିବାରୁ ଏହି ପଦକ୍ଷେପ ନିଆଯିବ । ଫେବୃଆରୀ ୧୦ରୁ ଆରମ୍ଭ ହୋଇ ୧୦ ଦିନ ପର୍ଯ୍ୟନ୍ତ ଚାଲିବ ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ।

ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ୭.୪୦ଲକ୍ଷ ଜଣଙ୍କୁ ଫାଇଲେରିଆ ନିରୋଧୀ ଔଷଧ ଦିଆଯିବ। ବଲାଙ୍ଗିର, ଗଞ୍ଜାମ, ଯାଜପୁର, ବରଗଡ଼ ଓ ଢେଙ୍କାନାଳରେ ଔଷଧ ଦିଆଯିବ ।

ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅଧୀନରେ ୩ଟି ଔଷଧ ଯଥା – ଡିଇସି, ଆଲବେଣ୍ଡାଜୋଲ ଓ ଆଇଭରମେକ୍ଟିନ ବଟିକା ଖାଇବାକୁ ଦିଆଯିବ । ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥଙ୍କୁ ଏହି ଔଷଧକୁ ଖାଇବାକୁ ବାରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୨୨୦୦ଡ୍ରଗ ଆଡ୍ମିନିଷ୍ଟ୍ରେଟର ନିୟୋଜିତ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ୨୧୦ଜଣ ପର୍ଯ୍ୟବେକ୍ଷକ ରହିଛନ୍ତି ବୋଲି ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.