ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିଲେ ଟଳିଲେ ୩ ମାଓବାଦୀ । ସେହିପରି, ମାଓବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ତାଙ୍କ ଚିକିତ୍ସା ଜାରି ରହିଛି ।
ସହିଦ ଯବାନ ଜଣକ ହେଲେ ଦୀପକ ଚିନ୍ନା ମାଡ଼ବି । ମୃତ ୩ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଓ ୨ ହାର୍କଡୋର ମାଓବାଦୀ ରହିଛନ୍ତି । ଅବୁଝାମାଡ଼ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ସୂଚନା ପାଇ ସିଆରପିଏଫ୍ ଯବାନ ଚଢାଉ କରିଥିଲେ । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ରହିଛି ।