Latest Odisha News

BREAKING NEWS

ଚମକିଲେ ସୂର୍ଯ୍ୟ, ଜିତିଲା ଭାରତ

ମୁମ୍ବାଇ: ସ୍ଥାନୀୟ ୱାଙ୍ଖେଡ ଷ୍ଟାଡିୟମରେ ଅନୁଷ୍ଠିତ ଟି୨୦ ବିଶ୍ୱକପ କ୍ରିକେଟର ଏକ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ଇନିଂସ ବଳରେ ଭାରତ ୨୯ ରନରେ ଆମେରିକାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ସୂର୍ଯ୍ୟକୁମାରଙ୍କ ୮୪ ରନ ବଳରେ ୧୬୨ ରନର ଲକ୍ଷ୍ୟ ଆମେରିକା ସମ୍ମୁଖରେ ରଖିଥିଲା । ଜବାବରେ ଆମେରିକା ୨୦ ଓଭରରେ ୮ ୱିକେଟ ହରାଇ ୧୩୨ ରନ କରିବାକୁ ସକ୍ଷମ ହୋଇଥିଲା । ଶୁଭମ ରଂଜନେ ଓ ସଞ୍ଜୟ କୃଷ୍ଣମୂର୍ତି ୩୭ଲେଖାଏଁ ରନ କରିଥିଲେ । ମିଲିନ୍ଦ କୁମାର ୩୪ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ସୂର୍ଯ୍ୟକୁମାର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଟସ ଜିତି ଆମେରିକା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।  ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୭୨ ରନରେ ୫ଟି ୱିକେଟ ହରାଇ ଭାରତ ବିପଦରେ ପଡିଥିଲା । ଅଭିଷେକ ଶର୍ମା(୦), ଈଶାନ କିଶାନ(୨୦), ତିଳକ ବର୍ମା(୨୫), ଶିବମ ଦୁବେ(୦) ଓ ରିଙ୍କୁ ସିଂ(୬) ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଅଧିନାୟକ ସୂର୍ଯ୍ୟକୁମାର କିନ୍ତୁ କ୍ରିଜରେ ଗୋଟିଏ ପଟେ ତିଷ୍ଠି ରହି ଏକାକୀ ସଂଘର୍ଷ କରିଥିଲେ । ସେ ୪୯ ବଲରେ ୮୪ ରନ କରି ଅପରାଜିତ ରହିଥିଲେ । ଏଥିରେ ୧୦ ଚୌକା ଓ ୪ ଛକା ରହିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା(୫), ଅକ୍ଷର ପଟେଲ (୧୪) ଓ ଅଶଦୀପ ସିଂ ୪ ରନ କରି ଆଉଟ ହୋଇଥିଲେ । ଆମେରିକା ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଶାଡଲେ ଭ୍ୟାନ ସ୍କାଲୱାକେ ୪ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହରମୀତ ସିଂ ୨ଟି ଏବଂ ଅଲୀ ଖାଁ ଓ ମହମ୍ମଦ ମହସୀନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

Leave A Reply

Your email address will not be published.