କଳାହାଣ୍ଡି:ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ମାଟି ତଳୁ ଅଜଣା ମୃତଦେହ ଉଦ୍ଧାର । ମାଟି ତଳୁ ଅଧା ପୋତା ଅବସ୍ଥାରେ ମୃତଦେହ ଉଦ୍ଧାର ।
ସୋମବାରସ୍ଥାନୀୟ ସଫେଇ କର୍ମଚାରୀ ସଫେଇ କରୁଥିବାବେଳେ ପୋତାଯାଇଥିବା ଅବସ୍ଥାରେ ମୃତ ମହିଳାଙ୍କ ଆଙ୍ଗୁଠି ଦେଖିଥିଲେ। ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା।
ଏଠାକୁ କିଭଳି ଆସିଲେ ଓ ତାଙ୍କ ମୃତ୍ୟୁ କେମିତି ହେଲା ତାହା ଅସ୍ପଷ୍ଟ ରହିଛି। ଏ ନେଇ ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ର୍ତ୍ତମାନ ସୁଦ୍ଧା ମୃତା ମହିଳାଙ୍କ ପରିଚୟ ଜଣାପଡି ନାହିଁ ।